ମହାନଦୀରେ ଭାସିଗଲା ନାବାଳକ, ଅଳ୍ପକେ ବଞ୍ଚିଗଲେ ଦୁଇ ଜଣ

କଟକ : ମହାନଦୀରେ ଶନିବାର ଅପରାହ୍ନରେ ତିନି ବନ୍ଧୁ ଗାଧୋଇବା ବେଳେ ଅଘଟଣ ଘଟିଛି। ଜଣେ ନାବାଳକ ନଦୀରେ ଭାସିଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ନିଖୋଜ ନାବାଳକର କୌଣସି ପତ୍ତା ମିଳିପାରିନାହିଁ। ସେ ହେଉଛି ବିଡାନାସୀ କୁସିଆ ଲେନ୍‌ର ୧୫ ବର୍ଷୀୟ ସାଗର ତିଵାରି। ନାବାଳକ ଜଣକ ନଦୀରେ ଭାସି ଯାଇଥିବା ସମ୍ପର୍କରେ ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ପ୍ରାୟ ୪ଟା ବେଳେ କୁସିଆ ଲେନ୍‌ର ସାଗର ଓ ନୂଆସାହିର ଅନ୍ୟ ଦୁଇ ବନ୍ଧୁ ବିଡାନାସୀ ବାଇମୁଣ୍ତି ନଗର ସାମନା ଗାୟତ୍ରୀ ମନ୍ଦିର ନିକଟରେ ବୁଲୁଥିଲେ। ଏହି ସମୟରେ ସେମାନେ ହଠାତ୍‌ ନଦୀରେ ଗାଧୋଇବାକୁ ଯୋଜନା କରିଥିଲେ। ସମସ୍ତେ ମିଳିମିଶି ନଦୀରେ ଗାଧୋଉଥିବା ବେଳେ ସୁଅରେ ଭାସି ଯାଇଥିଲେ। ତିନି ଜଣ ନଦୀରେ ଭାସିଯାଉଥିବା ଦେଖି ନଦୀରେ ମାଛ ଧରୁଥିବା ଜଣେ ମାଛ ଧରାଳୀ ନୂଆସାହିର ଦୁଇ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଉଦ୍ଧାର ହୋଇଥିବା ଦୁଇ ନାବାଳକ ଏବେ ସୁସ୍ଥ ଥିବା ବେଳେ ସେମାନଙ୍କୁ ଚିକିତ୍ସା ପରେ ଘରକୁ ସ୍ଥାନାନ୍ତର କରି ଦିଆଯାଇଛି। କିନ୍ତୁ ସାଗର ନିଖୋଜ ହୋଇଯାଇଛି। ତାକୁ ଉଦ୍ଧାର କରିବା ସମ୍ଭବ ହୋଇନାହିଁ।

The post ମହାନଦୀରେ ଭାସିଗଲା ନାବାଳକ, ଅଳ୍ପକେ ବଞ୍ଚିଗଲେ ଦୁଇ ଜଣ first appeared on Sambad.

from ରାଜ୍ୟ | Sambad https://ift.tt/32KSbFb

Post a Comment

0 Comments