କୌଣସି ଅଗ୍ନିକାଣ୍ଡକୁ ରୋକିବା ପାଇଁ ରାଜ୍ୟର ୪୮ଟି କୋଭିଡ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀ ନିୟୋଜିତ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ପ୍ରଥମ ଲହର ପରେ ବନ୍ଦ ହୋଇଥିବା ସମସ୍ତ କୋଭିଡ ହସ୍ପିଟାଲକୁ ପର୍ଯ୍ୟାୟକ୍ରମେ ଖୋଲିବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ତେବେ କୋଭିଡ ହସ୍ପିଟାଲ ଖୋଲାଯିବା ସହ ସେଠାରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କୌଣସି ଅଗ୍ନିକାଣ୍ଡକୁ ରୋକିବା ପାଇଁ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀ ନିୟୋଜିତ କରାଯାଇଛି।

ରାଜ୍ୟରେ ଥିବା ୪୮ଟି କୋଭିଡ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀ ନିୟୋଜିତ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ବରରେ ଥିବା ସମ୍ କୋଭିଡ ହସ୍ପିଟାଲ, କିମ୍ସ କୋଭିଡ ହସ୍ପିଟାଲ, ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲ, ବ୍ଲୁ ହ୍ବିଲ କୋଭିଡ ହସ୍ପିଟାଲ, ହାଇ-ଟେକ କୋଭିଡ ହସ୍ପିଟାଲ ଏବଂ ନୀଳାଚଳ କୋଭିଡ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ଅତୀତରେ ଦେଶର କିଛି କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା। ଏଭଳି ଘଟଣାକୁ ଏଡ଼ାଇବା ପାଇଁ ରାଜ୍ୟରେ ୪୮ଟି କୋଭିଡ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀଙ୍କୁ ନିଯୋଜିତ କରାଯାଇଛି।

The post କୌଣସି ଅଗ୍ନିକାଣ୍ଡକୁ ରୋକିବା ପାଇଁ ରାଜ୍ୟର ୪୮ଟି କୋଭିଡ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀ ନିୟୋଜିତ first appeared on Sambad.

from ରାଜ୍ୟ | Sambad https://ift.tt/3vlcMMJ

Post a Comment

0 Comments