
ଭୁବନେଶ୍ବର : ଜିଲ୍ଲା ସ୍ତରରେ ଖୋଲାଯାଇଥିବା କୋଭିଡ୍ କେୟାର ସେଣ୍ଟର୍ଗୁଡ଼ିକୁ (ଡିସିଏଚ୍ସି, ଡିସିଏଚ୍ ଓ ସିସିସି) ଠିକ୍ ସମୟରେ ଅକ୍ସିଜେନ୍ ଯୋଗାଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। କିପରି ଅକ୍ିସଜେନ୍ ଯୋଗାଣ ହେବ, ତାହାର ଗାଇଡ୍ଲାଇନ୍ ଅାଜି ଜାରି କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ମହାପାତ୍ର ସବୁ ଜିଲ୍ଲାପାଳ, ମେଡିକାଲ୍ କଲେଜର ମେଡିକାଲ୍ ସୁପରିନ୍ଟେଣ୍ଡେଣ୍ଟ୍, ସିଡିଏମ୍ ଓ ପିଏଚ୍ଓଙ୍କୁ ଚିଠି ଲେଖି ତତ୍କାଳ ପଦକ୍ଷେପ ନେବା ପାଇଁ କହିଛନ୍ତି।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ଡ୍ରଗ୍ସ ଇନ୍ସିପେକ୍ଟର୍ ଠିକ୍ ସମୟରେ ଖାଲି ସିଲିଣ୍ଡର୍ଗୁଡ଼ିକୁ ଅକ୍ସିଜେନ୍ ଭର୍ତ୍ତି ପାଇଁ ପଠାଇବେ। ଠିକ୍ ସମୟରେ ଯେପରି ଅକ୍ସିଜେନ୍ ଭର୍ତ୍ତି ହୋଇ ଆସିବ, ତାହାକୁ ମଧ୍ୟ ନିଶ୍ଚିତ କରାଇବେ। ମେଡିକାଲ୍ ସୁପରିନ୍ଟେଣ୍ଡେଣ୍ଟ୍/ସିଡିଏମ୍/ପିଏଚ୍ଓଙ୍କ ସହ ପରାମର୍ଶ କରି ଡ୍ରଗ୍ସ ଇନ୍ସିପେକ୍ଟର୍ ୩/୪ଟି ସିସିସି ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ସ୍ଥିର କରିବେ। ସେହି ସ୍ଥାନକୁ ସିଲିଣ୍ଡର୍ ସଂଗ୍ରହ ପାଇଁ ଗାଡ଼ି ପଠାଯିବ। ମେଡିକାଲ୍ ସୁପରିନ୍ଟେଣ୍ଡେଣ୍ଟ୍/ସିଡିଏମ୍ଓ/ପିଏଚ୍ଓ ଅକ୍ସିଜେନ୍ ସିଲିଣ୍ଡର୍ ପରିବହନ ପାଇଁ ଗାଡ଼ି ନିୟୋଜିତ କରିବେ। ସେମାନେ ଉପଲବ୍ଧ ଥିବା ଗାଡ଼ି ବ୍ୟବହାର କରିପାରିବେ କିମ୍ବା ଆବଶ୍ୟକ ସ୍ଥଳେ ଘରୋଇ ଗାଡ଼ି ବି ଭଡ଼ାରେ ଆଣିପାରିବେ। ଗାଡ଼ିଗୁଡ଼ିକର ଜିପିଏସ୍ ଟ୍ୟାଗିଂ ପାଇଁ ସେଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ସ୍ଥାନୀୟ ଡ୍ରଗ୍ସ ଇନ୍ସିପେକ୍ଟର୍ଙ୍କୁ ଦେବେ। ଗାଡ଼ିର ଭଡ଼ା ପବ୍ଲିକ୍ ହେଲ୍ଥ୍ ରେସ୍ପନ୍ସ୍ ଫଣ୍ଡ୍ କିମ୍ବା କୋଭିଡ୍ ପରିଚାଳନା ପାଇଁ ଉଦ୍ଦିଷ୍ଟ ଅନ୍ୟ ପାଣ୍ଠିରୁ ଭରଣା କରିବାକୁ କୁହାଯାଇଛି।
The post ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ first appeared on Sambad.from ରାଜ୍ୟ | Sambad https://ift.tt/3vgHRAX
0 Comments