ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ହୋମ ଆଇସଲେସନରେ ଅଛନ୍ତି ଏବଂ ୫-୬ ପ୍ରତିଶତ ଆଇସିୟୁ ରେ ଅଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ସଂକ୍ରମଣ ବଢ଼ୁଥିଲେ ବି ମୃତ୍ୟୁସଂଖ୍ୟା କମ୍ ରହିଛି। ୨ ଟି ଏଜେଣ୍ଡାରେ ସରକାର କାମ କରୁଛନ୍ତି। ଲୋକଙ୍କୁ ସଠିକ ସେବା ଯୋଗାଇବା ଓ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ ସରକାର କାମ କରୁଛନ୍ତି। ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ିବା ସହ କେସ ଡବଲ ହେଉଛି। ସ୍ଥିତିକୁ ଦେଖି ନୂଆ ହସ୍ପିଟାଲ ଖୋଲିବା ନେଇ ନେଇ ଜିଲ୍ଲାପାଳଙ୍କୁ କୁହାଯାଇଛି। ପ୍ରବାସୀ ଫେରୁଥିବାରୁ ତାଙ୍କ ଉପରେ ନଜର ରଖାଯାଇଛି। କିପରି ରାସ୍ତାରେ ନ ଚାଲିବେ ସେଥିପ୍ରତି ନଜର ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଆବଶ୍ୟକସ୍ଥଳେ ମଇକ୍ରୋ କଣ୍ଟେନମେଣ୍ଟ କରିବାକୁ ବି କୁହାଯାଇଛି। ଲୋକଙ୍କୁ ନିୟମ ପାଳନ କରିବାକୁ ଜନସ୍ୱାସ୍ଥ୍ୟ ନିର୍ଦେଶକ ଅନୁରୋଧ କରିଛନ୍ତି।
The post ଲୋକଙ୍କୁ ସଠିକ ସେବା ଯୋଗାଇବା ଓ ମୃତ୍ୟୁସଂଖ୍ୟା ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ ସରକାର କାମ କରୁଛନ୍ତି: ଜନସ୍ୱାସ୍ଥ୍ୟ ନିର୍ଦେଶକ first appeared on Sambad.from ରାଜ୍ୟ | Sambad https://ift.tt/3xfPlpW
0 Comments