ଅକ୍ସିଜେନ ଅଭାବରୁ ମହିଳା ମୃତ

ବଡ଼ଗାଁ: ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ  ବ୍ଲକ ପଟୁଆବେଡ଼ା ଗାଁର ଜଣେ ୩୫ ବର୍ଷୀୟା ମହିଳା କରୋନାରେ ପ୍ରାଣ ହରାଇଛନ୍ତି।  ସେ ଗତ ୧୮ ତାରିଖରେ  କରୋନାରେ ଆକ୍ରାନ୍ତ ହୋଇ ଏନଟିପିସି କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଚିକିତ୍ସା ଚାଲିଥିବା ବେଳେ ହସ୍ପିଟାଲରେ ଠିକ୍ ସମୟରେ ଖାଇବାକୁ ଦେଉ ନଥିବା ଅଭିଯୋଗ କରି ଡାକ୍ତରମାନଙ୍କ ବାରଣ ସତ୍ତ୍ବେ ଗତକାଲି ପରିବାର ଲୋକେ ମହିଳାଙ୍କୁ ଘରକୁ ନେଇ ଆସିଥିଲେ। ଗତ ରାତିରେ ଘରେ ଥିବା ବେଳେ  ଅକ୍ସିଜେନ ଅଭାବରୁ ସେ ଅଣନିଃଶ୍ୱାସୀ ହୋଇ ପଡ଼ିଥିଲେ। ଘରଲୋକ କିଛି କରିବା ଆଗରୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା l

 

The post ଅକ୍ସିଜେନ ଅଭାବରୁ ମହିଳା ମୃତ first appeared on Sambad.

from ରାଜ୍ୟ | Sambad https://ift.tt/32DMRnc

Post a Comment

0 Comments