
ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମରେ ବଢ଼ିଲା ଆରଆରଟି ବା ରାପିଡ ରେସ୍ପନସ ଟିମ ସଂଖ୍ୟା। ବିଏମସିର ୬୭ଟି ୱାର୍ଡ ପାଇଁ ଏବେ ୩୯ଟି ଆରଆରଟି ଟିମ ଗଠିତ ହୋଇଛି ବୋଲି ବିଏମସିର ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି। ତିନୋଟି ଜୋନ୍ ପାଇଁ ୧୩ଟି ଲେଖାଏଁ ଟିମ। ପୂର୍ବରୁ ପ୍ରତି ଜୋନ୍ ରେ ୮ଟି ଲେଖାଏଁ ହିସାବରେ ୨୪ଟି ଆରଆରଟି ଥିଲା। ବର୍ତ୍ତମାନ ସେହି ସଂଖ୍ୟା ବୃଦ୍ଧି ପାଇ ୩୯ ହେଲା।
ପ୍ରତି ଟିମରେ ଅଛନ୍ତି ଜଣେ ଲେଖାଏଁ ଆୟୁଷ ଡାକ୍ତର, କୋଭିଡ ସଚେତକ ଓ ଜଣେ ଏଏନମ। ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା, ତଥ୍ୟ ସଂଗ୍ରହ ଓ ଔଷଧ ବାଣ୍ଟିବା କାର୍ଯ୍ୟରେ ଏହି ଟିମ୍ ନିୟୋଜିତ। ଏହାସହ ପ୍ରତି ଜୋନରେ ଗୋଟିଏ ସ୍ୱତନ୍ତ୍ର ସେଣ୍ଟ୍ରାଲ ଟିମ୍ ମଧ୍ୟ ରହିଛି ଯାହା ସୋସିଆଲ ମିଡିଆ ଓ ହ୍ବାଟସଅପ୍ ଗ୍ରୁପ ଜରିଆରେ ନିୟନ୍ତ୍ରଣ କରୁଛି। ସେହିପରି କଣ୍ଟାକ୍ଟ ଟ୍ରେସିଂ ଟିମ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ସ୍ୱତନ୍ତ୍ର କୋଭିଡ ଆମ୍ବୁଲାନ୍ସ ସଂଖ୍ୟା ୧୮ରୁ ୨୮କୁ ବୃଦ୍ଧି ହୋଇଛି। ଭୁବନେଶ୍ୱରରେ ୫ହଜାର ଶଯ୍ୟା ବ୍ୟବସ୍ଥା କରିବାକୁ ଟାର୍ଗେଟ ରଖିଛି ବିଏମସି। ଆବଶ୍ୟକତା ଅନୁଯାୟୀ ହସ୍ପିଟାଲ ସହିତ ଶଯ୍ୟା ସଂଖ୍ୟା ଓ ଅକ୍ସିଜେନ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଥିବା ବିଏମସିର ଅତିରିକ୍ତ କମିଶନର କହିଛନ୍ତି।
The post ଭୁବନେଶ୍ୱର ମହାନଗର ନିଗମରେ ବଢ଼ିଲା ରାପିଡ ରେସ୍ପନସ ଟିମ ସଂଖ୍ୟା first appeared on Sambad.
from ରାଜ୍ୟ | Sambad https://ift.tt/3dCKTtw
0 Comments