
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁରେ ଅଭାବନୀୟ ଘଟଣା। ଏଠାରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ମୃତକ ହେଉଛନ୍ତି ଡାବୁଗାଁ ଥାନା ଅନ୍ତର୍ଗତ ଡ଼ୁମରଅଡା ଗ୍ରାମର ପାର୍ବତୀ ଜାନୀ। ତାଙ୍କ ସ୍ୱାମୀ ନୀଳଧର ଜାନୀ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ନିଜେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛି l ଦୁହେଁ କିଛି ଦିନ ହେବ ନିଜ ଭଉଣୀ ଘର ଭଣ୍ଡିମାଲ ଗ୍ରାମକୁ ବୁଲିବାକୁ ଆସିଥିଲେ l ଘଟଣାସ୍ଥଳରେ କୋଡ଼ିଙ୍ଗା ପୁଲିସ ପହଞ୍ଚି ତଦନ୍ତ କରୁଛି।
The post ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା: କାରଣ ଅସ୍ପଷ୍ଟ first appeared on Sambad.
from ରାଜ୍ୟ | Sambad https://ift.tt/3dRBiPE
0 Comments