
ଭୁବନେଶ୍ବର: ଆବଶ୍ୟକ ନଥିଲେ ହସ୍ପିଟାଲ ବେଡ ଅକ୍ତିଆର ନକରିବାକୁ ସରକାରଙ୍କ ପରାମର୍ଶ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଅଯଥାରେ ହସ୍ପିଟାଲ ବେଡ ଅକ୍ତିଆର ନକରି ଘରେ ରହି ଚିକିତ୍ସିତ ହୁଅନ୍ତୁ । ସେହିପରି ରାଜ୍ୟରେ ଟେଷ୍ଟିଂ କିଟର ଅଭାବ ନଥିବା ସେ କହିଛନ୍ତି । ଆବଶ୍ୟକ ଲୋକଙ୍କର ଟେଷ୍ଟ କରାଉଛୁ । ଟେଷ୍ଟିଂର ଡିମାଣ୍ଡ ଏବେ ଅଧିକା ରହୁଛି ତେଣୁ ଲୋକେ ସ୍ୱତଃ ପ୍ରବୃତ୍ତ ଭାବେ ଟେଷ୍ଟ କରାଉଛନ୍ତି ।
ସେହିପରି ରେମଡିସିଭର ମେଡିସିନ୍ ରାମବାଣ ନୁହେଁ । ଏହି ମେଡିସିନ୍ କେବଳ ସିରିୟସ ରୋଗୀଙ୍କୁ ଦିଆଯାଏ । କିନ୍ତୁ କିଛି ଲୋକ ରେମଡିସିଭର କିଣି ଘରେ ରଖି କୃତ୍ତିମ ଅଭାବ ସୃଷ୍ଟି କରୁଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆବଶ୍ୟକ ପରିମାଣର ମେଡିସିନ୍ ମହଜୁଦ ଅଛି । ବେଡର ଅଭାବ ନାହିଁ ଏବଂ ଆଗକୁ ୪ଟି ଲେଖାଏଁ ଜିଲ୍ଲାକୁ ମିଶାଇ ଗୋଟିଏ କ୍ଲଷ୍ଟର କରାଯିବ ଓ ସେହି ଜିଲ୍ଲା ଭିତରେ ହିଁ ରୋଗୀଙ୍କୁ ବେଡ ଯୋଗାଇଦିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ।
The post ଅଯଥାରେ ହସ୍ପିଟାଲ ବେଡ ଅକ୍ତିଆର କର ନାହିଁ ଓ ଔଷଧ କିଣି ରଖ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ first appeared on Sambad.from ରାଜ୍ୟ | Sambad https://ift.tt/3exuIgm
0 Comments