କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଥିବା ଡିସପେନସେରିରେ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ସେ ଆଜି ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଞ୍ଚିଥିଲେ। ସେଠାରେ ସେ ପ୍ରଥମେ କରୋନା ଟିକା ନେଇଥିଲେ। ଏହାପରେ ଅନ୍ୟ ବିଧାୟକମାନେ ଟିକା ନେବେ ବୋଲି ଜଣାଯାଇଛି।

ଟିକା ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ଲେଖିଛନ୍ତି, ‘ ମୁଁ ଖୁସି ଯେ ମୁଁ ଆଜି କୋଭିଡ-୧୯ ଟିକାର ପ୍ରଥମ ଡୋଜ୍‌ ନେଲି।’ ଲୋକଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ କାମ କରୁଥିବା ବୈଜ୍ଞାନିକ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିକଟରେ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ନେବା ପରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ହେତୁ ଟିକାକୁ ନେଇ ଲୋକଙ୍କ ମନରେ ଯେଉଁ ଆଶଙ୍କା ରହିଥିଲା, ତାହା ନିଶ୍ଚିତ ଭାବରେ ଦୂର ହେବ ବୋଲି କୁହାଯାଇଛି।

The post କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ first appeared on Sambad.



from ରାଜ୍ୟ – Sambad https://ift.tt/2O82XRR

Post a Comment

0 Comments