ଗହଣା ଦୋକାନୀଙ୍କ ପୁଅ ଉପରକୁ ଗୁଳି ଚଳାଇଲେ ଦୁର୍ବୃତ୍ତ: ୨ ଗୁରୁତର, ଅଭିଯୁକ୍ତ ଫେରାର

ବଡ଼ଗାଁ: ଆଜି ସକାଳ ପ୍ରାୟ ୯ଟାରେ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବସଷ୍ଟାଣ୍ଡରେ ଥିବା ନିଉ ମା ମଙ୍ଗଳା ଜୁଏଲାରି ଦୋକାନ ସାମ୍ନାରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଦୋକାନ ମାଲିକଙ୍କ ପୁଅଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିଚଳାଇ ଫେରାର ହୋଇଯାଇଛନ୍ତି। ଏଥିରେ ସେ ଗୁରୁତର ହୋଇଥିଲା ବେଳେ ପାଖରେ ଥିବା ସରୋଜ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଆଘାତ ଲାଗିଛି।

ଏହି ଗୁଳିକାଣ୍ଡରେ ଗହଣା ଦୋକାନୀଙ୍କ ପୁଅ ରୋହିତ ବର୍ମା(୩୨) ଗୁରୁତର ହୋଇଛନ୍ତି।  ତିନିଟି ଗୁଳି ଫୁଟିଥିବା ବେଳେ ଘଟଣାସ୍ଥଳରେ ବନ୍ଧୁକ ଓ ଫୁଟା ଓ ଅଫୁଟା ଗୁଳି ପଡ଼ିରହିଛି। ୨ ଗୁରୁତରଙ୍କୁ ରାଉରକେଲାର ଜେପି ହସ୍ପିଟାଲକୁ ନିଆଯାଇଛି। ତେବେ କେଉଁ କାରଣରୁ ଏହି ଗୁଳିକାଣ୍ଡ ଘଟିଛି, ତାହା ଜଣାପଡ଼ିନାହିଁ। ଏଯାଏ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସମର୍ଥ ହୋଇ ନ ଥିବା କୁହାଯାଉଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

The post ଗହଣା ଦୋକାନୀଙ୍କ ପୁଅ ଉପରକୁ ଗୁଳି ଚଳାଇଲେ ଦୁର୍ବୃତ୍ତ: ୨ ଗୁରୁତର, ଅଭିଯୁକ୍ତ ଫେରାର first appeared on Sambad.



from ରାଜ୍ୟ – Sambad https://ift.tt/2NOH8qH

Post a Comment

0 Comments