କଟକ: ୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଓଡିଶା ଲୋକସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଗତକାଲି(ରବିବାର) ସେ ଅଗ୍ନିଶମ ଡିଜି ପଦବୀରୁ ଚାକିରି କାଳ ଶେଷ ହେବା ପୂର୍ବରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ତେବେ ଆସନ୍ତା ଅଗଷ୍ଟ ମାସରେ ସେ ଅବସର ଗ୍ରହଣ କରିବାକୁ ଥିବାବେଳେ ରାଜ୍ୟ ସରକାର ତାଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ।

ଓଡ଼ିଶା ପୁଲିସର ପୁଲିସ କମିସନର, ଇଣ୍ଟିଲିଜେନ୍ସି ଡାଇରେକ୍ଟର ଓ ଅଗ୍ନିଶମ ଡିଜି ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଥିଲେ ଆଇପିଏସ ସତ୍ୟଜିତ ମହାନ୍ତି। ଏବେ ଓଡ଼ିଶା ସରକାରଙ୍କ ବିଭିନ୍ନ ପଦପଦବୀର ଚୟନ କରୁଥିବା ଓପିଏସସିର ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ ସେ ଅଢ଼େଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିବେ।
The post ଓପିଏସସିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ସତ୍ୟଜିତ ମହାନ୍ତି first appeared on Sambad.
from ରାଜ୍ୟ – Sambad https://ift.tt/37XiXgw
0 Comments