ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ

ଯୋରନ୍ଦା/ ମହିମାଗାଦି : ବିଶ୍ବପ୍ରସିଦ୍ଧ ମହିମାଧର୍ମର ପୁଣ୍ୟପୀଠ ମହିମାଗାଦିରେ ଗୁରୁବାର ଦିନ ୧୪୮ତମ ମହିମା ମେଳା ଆରମ୍ଭ ହୋଇଛି। ଏହା ୩ ଦିନ ଧରି ଅନୁଷ୍ଠିତ ହେବ। ଗୁରୁବାର ମହିମାଗାଦିର ମୁଖ୍ୟ ମନ୍ଦିର ଗାଦି ମନ୍ଦିରର ପଶ୍ଚିମଦ୍ବାରରେ ସନ୍ଧ୍ୟା ୫ଟା ୪୫ ମିନିଟରେ ବସୁଦେବ ବାବାଙ୍କ ଦ୍ବାରା ପ୍ରଥମେ ଝାଡ଼ରେ ଅଗ୍ନି ସଂଯୋଗ ହୋଇଥିଲା। ଏହାପରେ ପୂର୍ବ, ଉତ୍ତର ଓ ଦକ୍ଷିଣ ଦ୍ବାରରେ ଅଗ୍ନି ସଂଯୋଗ ହୋଇଥିଲା। କୋଭିଡ୍ କଟକଣା ଯୋଗୁଁ ଗାଦି ମନ୍ଦିରରେ ୫୦୦ରୁ କମ୍‌ ସାଧୁ,ସନ୍ଥ, ଭକ୍ତ ରହିଥିଲେ।

ଗୁରୁବାର ପ୍ରାତଃ ୩ଟା ସମୟରେ ଗାଦି ମନ୍ଦିରରେ ଝାଡୁନୀତି କରାଯାଇ ପାଣି ଓ ଗୋମୟରେ ଶୋଧନ କରାଯାଇଥିଲା। ମାହାଳମୂଳ କୂଅରୁ ପାଣି ସେବକମାନେ ରୁପା ଗରାରେ ପାଣି ଆଣିଥିଲେ। ବରିଷ୍ଠ ବକ୍କଳଧାରୀ ସାଧୁମାନେ ଦୈନିକ ନୀତି କ୍ଷୀର ନୀତି କରିଥିଲେ। ମଧ୍ୟାହ୍ନରେ ଦୈନିକ ନୀତି ପରେ ନଡ଼ିଆ ପ୍ରସାଦ କରାଯାଇଥିଲା। ଅପରାହ୍ଣ ୩ଟା ୩୦ ମିନିଟରେ ନୀତି ନିଯୁକ୍ତ ସନ୍ନ୍ୟାସୀମାନେ ପ୍ରଭୁଙ୍କର ବାର୍ଷିକ ସ୍ବତନ୍ତ୍ର ନୀତି କରିଥିଲେ। ପ୍ରଥମେ ଝାଡୁ ନୀତି ସଂପନ୍ନ କରାଯାଇ ମନ୍ଦିର ଶୋଧନ କରାଯାଇଥିଲା‌। ମାହାଳମୂଳ କୂଅରୁ ରୁପା ଗରାରେ ବରିଷ୍ଠ ମହିମା ସନ୍ନ୍ୟାସୀ ଶୁକଦେବ ବାବା ପାଣି ଆଣି ସୁନା ଗିନାରେ ଚନ୍ଦନ, ଅଗୁର, ଭାସ୍କର, କର୍ପୁର ଦ୍ବାରା ମନ୍ଦିର ଚତୁଃପାର୍ଶ୍ବରେ ସିଞ୍ଚନ କରିଥିଲେ। ପରେ ବରିଷ୍ଠ ସନ୍ନ୍ୟାସୀ ଶୁକଦେବ ବାବା ୪ ଦ୍ବାର ପାଇଁ ବତିରେ ଅଗ୍ନି ସଂଯୋଗ କରିଥିଲେ।

The post ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ first appeared on Sambad.



from ରାଜ୍ୟ – Sambad https://ift.tt/3qVwHjj

Post a Comment

0 Comments