ଓଡ଼ିଶାକୁ କରୋନାର ଦ୍ୱିତୀୟ ଲହରି ଆସି ନାହିଁ, ମୁକାବିଲା ପାଇଁ ଏମ୍ସ ଭୁବନେଶ୍ବର ପ୍ରସ୍ତୁତ

ଖଣ୍ଡଗିରି (ଭୁବନେଶ୍ବର) : ଓଡ଼ିଶାକୁ କରୋନା ଭାଇରସର ଦ୍ବିତୀୟ ଲହରି ଆସି ନାହିଁ। ହେଲେ ଯେ କୌଣସି ସ୍ଥିତି ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ଏମ୍ସ ଭୁବନେଶ୍ବର ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି। ବର୍ତ୍ତମାନ ଏମ୍ସ ଆଇସିୟୁରେ ଭର୍ତ୍ତି ୨ ଜଣ ଆକ୍ରାନ୍ତଙ୍କ ସମେତ ସମୁଦାୟ ୬ ଜଣ ଚିକିତ୍ସିତ ହେଉଛନ୍ତି। ତେବେ କରୋନା ମୁକାବିଲା ପାଇଁ ପୂର୍ବରୁ ଯେଉଁ ବ୍ୟବସ୍ଥା ରହିଥିଲା, ବର୍ତ୍ତମାନ ମଧ୍ୟ ସେହିଭଳି ରହିବ। ଆବଶ୍ୟକ ଶଯ୍ୟା ସହିତ ଅଭିଜ୍ଞ ଡାକ୍ତରୀ ଦଳ ପ୍ରସ୍ତୁତ ରହିଛନ୍ତି। ପୂର୍ବରୁ କରୋନା ମୁକାବିଲାର ଅଭିଜ୍ଞତା ନ ଥିଲା, କିନ୍ତୁ ବର୍ତ୍ତମାନ ସେହି ଅଭିଜ୍ଞତା ରହିଛି। ତେଣୁ ଅସୁବିଧା ହେବ ନାହିଁ। କିନ୍ତୁ କରୋନା ପୁଣି ଆସିଲେ ପୁରୁଣା ଅବସ୍ଥାକୁ ଫେରିଯିବାକୁ ପଡ଼ିବ ବୋଲି ଶ୍ରୀ ମହାନ୍ତି ମତ ଦେଇଛନ୍ତି। କରୋନା ଯୋଗୁଁ ଦୀର୍ଘ ଦିନ ଧରି ଏମ୍ସ ବନ୍ଦ ରହିବା ପରେ ବର୍ତ୍ତମାନ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ରୋଗୀଙ୍କ ସଂଖ୍ୟା ବେଶ୍ ବୃଦ୍ଧି ପାଇଛି। ଡାକ୍ତରଖାନା ପ୍ରବେଶ ପୂର୍ବରୁ ସ୍ଥାନୀୟ କର୍ମଚାରୀମାନେ ରୋଗୀ, ସମ୍ପର୍କୀୟ ମାସ୍କ ପିନ୍ଧିଥିବା ନେଇ ନିୟମିତ ଦୃଷ୍ଟି ଦେଉଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ପୂର୍ବରୁ କରୋନା ପରୀକ୍ଷଣ ମଧ୍ୟ କରାଯାଉଛି।

The post ଓଡ଼ିଶାକୁ କରୋନାର ଦ୍ୱିତୀୟ ଲହରି ଆସି ନାହିଁ, ମୁକାବିଲା ପାଇଁ ଏମ୍ସ ଭୁବନେଶ୍ବର ପ୍ରସ୍ତୁତ first appeared on Sambad.



from ରାଜ୍ୟ – Sambad https://ift.tt/3dKJzoH

Post a Comment

0 Comments