ଖବରକାଗଜ ବଣ୍ଟନର ୪୦ ବର୍ଷ ପୂର୍ତ୍ତି

ଚଣ୍ତିଖୋଲ: କି ଖରା, କି ବର୍ଷା; ଶୀତକାକରରେ ଦୀର୍ଘ ୪୦ ବର୍ଷ ଧରି ଖବରକାଗଜ ବଣ୍ଟନ କରି ଆସୁଛନ୍ତି ଅଞ୍ଜନ କୁମାର ସାହୁ ଓରଫ୍ ମୂଷା (୫୫)। ବଡ଼ଚଣା ବ୍ଲକ ଗୋପାଳପୁର ପଞ୍ଚାୟତ ଖଡ଼ଗପୁର ଗ୍ରାମର ଅଞ୍ଜନ ୧୯୮୧ ମସିହା ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀ ଦିବସରେ ଖବରକାଗଜ ବାଣ୍ଟିବା ଆରମ୍ଭ କରିଥିଲେ। ବହୁ ବାଧାବିଘ୍ନ ମଧ୍ୟରେ ଘରେଘରେ ସେ ଖବରକାଗଜ ପହଞ୍ଚାଇଛନ୍ତି। ୪୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାଲିପଡ଼ିଆ ପଞ୍ଚାୟତ ଦେକୁଡ଼ିସ୍ଥିତ ତେଲେଙ୍ଗେଶ୍ବର କ୍ଲବ ପରିସରରେ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ନିକଟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କ୍ଲବ ସଭାପତି ପ୍ରଭାକର ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଅତିଥିଭାବେ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ, କବି ପ୍ରଭାକର ଶତପଥୀ, ବୌଦ୍ଧ ଗବେଷକ ଡ. ହରିଶଚନ୍ଦ୍ର ପୃଷ୍ଟି, ଶିକ୍ଷାବିତ୍‌ ଉମାକାନ୍ତ ବଳ, ସମାଜସେବୀ ବିଜୟ କୁମାର ତ୍ରିପାଠୀ, ସାମ୍ବାଦିକ ଭକ୍ତଚରଣ ସାହୁ, ପ୍ରକାଶଚନ୍ଦ୍ର ସାମଲ ଯୋଗଦେଇଥିଲେ। ଗାଁ ଗାଁ ବୁଲି ଖବରକାଗଜ ବାଣ୍ଟି ଅଞ୍ଜନ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି ବୋଲି କହିଥିଲେ। ଏହି ଅବସରରେ ୟୁଥ୍ ଚାରିଟେବଲ ଟ୍ରଷ୍ଟ ଓ ଶପଥ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅଞ୍ଜନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବାଦ ପକ୍ଷରୁ ତାଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା। ସାମ୍ବାଦିକ ଏକାଦଶୀ ସେଠୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ସାମ୍ବାଦିକ ପ୍ରବାସ ଦାଶ ଅତିଥି ପରିଚୟ, କ୍ଲବ ସମ୍ପାଦକ ସଂଜୟ କୁମାର ପାତ୍ର ସ୍ବାଗତ ଭାଷଣ ଓ ସାମ୍ବାଦିକ ସଞ୍ଜିତ ସାମଲ ଧନ୍ୟବାଦ ଦେଇଥିଲେ।

The post ଖବରକାଗଜ ବଣ୍ଟନର ୪୦ ବର୍ଷ ପୂର୍ତ୍ତି first appeared on Sambad.



from ରାଜ୍ୟ – Sambad https://ift.tt/3pkSHDu

Post a Comment

0 Comments