
ରଗଡ଼ି : କୋରେଇ ବ୍ଲକ୍ ଅନ୍ତର୍ଗତ ଅସନଝର ପଞ୍ଚାୟତ ସୋଲବନ୍ଦୀ ଗ୍ରାମରେ ପାଣି ପ୍ରକଳ୍ପ ପାଇପ୍ ପାଇଁ ଠିକାଦାର ରାସ୍ତା ଖୋଳି ଛାଡ଼ି ଦେଇଛନ୍ତି। ଦୀର୍ଘଦିନ ହେଲା ଖୋଳାହୋଇ ପଡ଼ିଥିବା ଏହି ଗାତ ପାଇଁ ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ତେଜିବାରେ ଲାଗିଛି। ଗ୍ରାମ ପାନୀୟ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଏଥିରେ ସୁଧାର ହେଉନି। ପ୍ରକାଶ ଯେ, ଗତ ୧୬ ତାରିଖରେ ପାଇପ ପାଇଁ ଖୋଳା ଯାଇଥିବା ଗାତରେ ଏହି ଗ୍ରାମର ମାଳତୀ ରାଉତ ଗଳି ପଡ଼ିବାରୁ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ସେହିପରି ରାସ୍ତାରେ ଖୋଳା ଯାଇଥିବା ଏହି ଗାତରେ ପ୍ରତିଦିନ ଗୋରୁଗାଈ ଓ ଗୃହପାଳିତ ପ୍ରାଣୀମାନେ ଗଳିପଡ଼ି ଆହତ ହେଉଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏଥିପ୍ରତି ଦୃଷ୍ଟିଦେବାକୁ ଗ୍ରାମର ଦିଲ୍ଲୀପ କୁମାର ରାଉତ, ବସନ୍ତ ରାଉତ, ମକର ପ୍ରଧାନ ଓ ନିରଞ୍ଜନ ବେହେରା ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।
The post ରାସ୍ତାରେ ଗାତ ଖୋଳି ଛାଡ଼ିଦେଲେ ଠିକାଦାର, ଅସନ୍ତୋଷ ତେଜୁଛି first appeared on Sambad.
from ରାଜ୍ୟ – Sambad https://ift.tt/2LXR0xB
0 Comments