ହେଲ୍‌ମେଟ ପିନ୍ଧା ଆରୋହୀଙ୍କୁ ଫୁଲଚାରା

କବାଟବନ୍ଧ: ସାରା ଦେଶରେ ସଂପ୍ରତି ୩୨ ତମ ସଡ଼କ ସୁରକ୍ଷା ମାସ ପାଳିତ ହେଉଛି। ଏହି ଅବସରରେ ଆଜି ପୂର୍ବାହ୍ନରେ ଜେନାପୁର ପୁଲିସ ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚଣ୍ତିଖୋଲ–ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ୍ ନିକଟରେ ସଡ଼କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା। ମଞ୍ଚର ଆବାହକ ପଙ୍କଜ କୁମାର ମଲ୍ଲଙ୍କ ଅଧ୍ୟକ୍ଷତାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜେନାପୁର ଥାନା ଆଇଆଇସି ଆଶିଷ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଟ୍ରାଫିକ୍ ନିୟମ ପାଳନ କରିବାକୁ କହିଥିଲେ।

ମଞ୍ଚର ଉପଦେଷ୍ଟା ପରମାନନ୍ଦ ସାହୁ, ଅଭିମନ୍ୟୁ ନାୟକ, ଆବାହକ ସରୋଜକାନ୍ତ ବେହେରା ତଥା ସଭ୍ୟ ତପନ ମଲ୍ଲ ଯୋଗଦେଇଥିଲେ। ସଭ୍ୟ ମହେଶ୍ବର ପାତ୍ର ଟ୍ରାଫିକ ନିୟମ ମାନି ଚଳିବା ପାଇଁ ଶପଥପାଠ କରାଇଥିଲେ। ରାସ୍ତାରେ ବାଇକ୍‌ରେ ଦୁଇଟି ହେଲମେଟ ପିନ୍ଧି ଯାଉଥିବା ଆରୋହୀଙ୍କୁ ଫୁଲଚାରା ପ୍ରଦାନ କରାଯାଇଥିଲା। ସଚେତନ ନାଗରିକ ମଞ୍ଚର ବରିଷ୍ଠ ସଦସ୍ୟ ସୌମ୍ୟରଂଜନ ପଣ୍ତା, ସନ୍ତୋଷ ରାଉତ, ସୌମ୍ୟରଂଜନ ସାହୁ, ଶକ୍ତିପ୍ରସାଦ ସାମନ୍ତ, ବାବୁଲି ରାଉତ, କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ସମେତ ବହୁ ସଦସ୍ୟ ସହଯୋଗ କରିଥିଲେ।

The post ହେଲ୍‌ମେଟ ପିନ୍ଧା ଆରୋହୀଙ୍କୁ ଫୁଲଚାରା first appeared on Sambad.



from ରାଜ୍ୟ – Sambad https://ift.tt/3sX7M0d

Post a Comment

0 Comments