୧୧ ଡିଗ୍ରି ତଳେ ରାଜ୍ୟର ୯ଟି ସ୍ଥାନରେ ପାରଦ, ଫୁଲବାଣୀ ସବୁଠାରୁ ଥଣ୍ଡା ସହର

ଭୁବନେଶ୍ବର: ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୧୧ ଡିଗ୍ରି ତଳେ ଥିବା ଜଣାଯାଇଛି। ୫.୮ ଡିଗ୍ରି ସହ ଫୁଲବାଣୀ ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଏହାଛଡ଼ା ଝାରସୁଗୁଡ଼ା ସହରର ତାପମାତ୍ରା ୭.୬ ଡିଗ୍ରି , ଦାରିଙ୍ଗିବାଡ଼ିର ୮.୦ ଡିଗ୍ରି, ସୁନ୍ଦରଗଡ଼ର ୮.୫ ଡିଗ୍ରି କେନ୍ଦୁଝରର ୯.୯ ଡିଗ୍ରି, ବଲାଙ୍ଗୀରର ୧୦ ଡିଗ୍ରି, ସୋନପୁରର ୧୦.୨ ଡିଗ୍ରି , ଭବାନୀପାଟଣାର ୧୦.୫ ଡିଗ୍ରି , ଓ ସମ୍ବଲପୁରର ୧୦.୮ ଡିଗ୍ରି ରେକର୍ଡ ହୋଇଛି।
ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୬ ଡିଗ୍ରି ଥିବା ବେଳେ କଟକ ଠାରେ ତାପମାତ୍ରା ୧୫ ଡିଗ୍ରି ଥିବା ଜଣାଯାଇଛି।

The post ୧୧ ଡିଗ୍ରି ତଳେ ରାଜ୍ୟର ୯ଟି ସ୍ଥାନରେ ପାରଦ, ଫୁଲବାଣୀ ସବୁଠାରୁ ଥଣ୍ଡା ସହର first appeared on Sambad.



from ରାଜ୍ୟ – Sambad https://ift.tt/3svdqqg

Post a Comment

0 Comments