କଟକ: ଏସିବି ମେଡିକାଲରେ ଟିକାକରଣର ଶୁଭାରମ୍ଭ ହୋଇଛି। ଉଦ୍ଘାଟନୀ କାର୍ଯ୍ୟରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିଶନର ଅନନ୍ୟା ଦାସ, ଆର୍ଡିସି ଅନିଲ କୁମାର ସାମଲ ସମେତ ଏସ୍ସିବି ଅଧୀକ୍ଷକ ପ୍ରଫେସର ଡ଼ାକ୍ତର ଦତ୍ତେଶ୍ବର ହୋତା ଓ ବିଶେଷଜ୍ଞମାନେ ଉପସ୍ଥିତ ରହିଥିଲେ। ଏସ୍ସିବିରେ ଆଜି ପ୍ରଥମ ଟିକା ନେଇଛନ୍ତି ସଫେଇ କର୍ମଚାରୀ ବର୍ଷା ଦେଈ। ଏହି ଟିକା ୧୧ଶହ ସ୍ବାସ୍ଥ୍ୟ କର୍ମଚାରୀ ନେବେ କରୋନା ଟିକା(କୋଭିସିଲଡ୍)। ଏଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଛି।

ଏସ୍ସିବି ମେଡିକାଲ କଲେଜର ବିଏସ୍ସି ନର୍ସିଂ କଲେଜରେ ଟିକା ପାଇଁ ଜିଲ୍ଲାସ୍ତରୀୟ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ କିଏ କେଉଁ କେନ୍ଦ୍ରରେ ପ୍ରଥମେ ଟିକା ନେବ ସେଥିପାଇଁ ତତ୍ପରତା ପ୍ରକାଶ ପଇଛି। ଏସ୍ସିବିରେ ପ୍ରଫେସର ଡି.ଏନ୍.ମହାରଣା, ସିଟି ହସ୍ପିଟାଲରେ ଫାର୍ମାସିଷ୍ଟ ଏନ୍. ପି ତିୱାରୀ, ସିଡିଏ ହସ୍ପିଟାଲରେ ସଫେଇ କର୍ମଚାରୀ ବ୍ରଜବନ୍ଧୁ ନାଏକ, ନିଆଳିରେ କମଳାକାନ୍ତ ନାୟକ ଓ ଜଗତ୍ପୁରରେ ଷ୍ଟାଫ୍ନର୍ସ ପ୍ରତିଭା ସ୍ବାଇଁ ପ୍ରମୁଖ ପ୍ରଥମେ ଟିକା ନେବେ ବୋଲି ଜଣାପଡ଼ିଛି। ଜିଲ୍ଲାର ସମସ୍ତ ୧୧ଟି କେନ୍ଦ୍ରରେ କିଏ ପ୍ରଥମେ ଟିକା ନେବେ ସେଥିପାଇଁ ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ଆଜି ଜିଲ୍ଲାପାଳ ଏସ୍ସିବି ମେଡିକାଲ, ବାଙ୍କୀ, ଆଠଗଡ଼ ଓ ବଡ଼ମ୍ବା ଟିକାକରଣ କେନ୍ଦ୍ର ପରିଦର୍ଶନ କରି ଭିତ୍ତିଭୂମି ଯାଂଚ କରିଥିଲେ। ସେହିପରି ସିଏମ୍ସି କମିସନରଅନନ୍ୟା ଦାସ ମଧ୍ୟ ଓଡିଆବଜାର ମେଡିକାଲ ପରିଦର୍ଶନ କରି ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ।
The post ଏସ୍ସିବିରେ କୋଭିଡ ଟିକାରଣର ଶୁଭାରମ୍ଭ: ପ୍ରଥମ ଟିକା ନେଲେ ସଫେଇ କର୍ମଚାରୀ ବର୍ଷା ଦେଈ first appeared on Sambad.
from ରାଜ୍ୟ – Sambad https://ift.tt/2LtdPJf
0 Comments