ବିଷ ପିଇଲେ ପ୍ରେମୀ ଯୁଗଳ: ପ୍ରେମିକର ମୃତ୍ୟୁ, ପ୍ରେମିକା ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ମରାକୁଟା ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମରେ ଏକ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇ ବିଷ ପିଇ ଦେଇଥିଲେ। ଏଥିରେ ପ୍ରେମିକ ଗୋବର୍ଦ୍ଧନ ଓରାମ(୩୦)ର ମୃତ୍ୟୁ ଘଟିଥିବା ବେଳେ ପ୍ରେମିକା ଗୁରୁତର ଅସୁସ୍ଥ ହୋଇ ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି ଘଟଣା ସକାଳେ ଘଟିଥିବା ବେଳେ ପୁଲିସ ସନ୍ଧ୍ୟାରେ ଖବର ପାଇଥିବା ସଦର ଥାନା ଆଇଆଇସି ଶୁଚିସ୍ମିତା ମହାନ୍ତି କହିଛନ୍ତି।

ଗୋବର୍ଦ୍ଧନର ମୃତଦେହ ମରାକୁଟା ନିକଟରେ ଏକ ବୁଦାମୂଳରେ ପଡ଼ିଥିଲା। ପୁଲିସ ଓ ମାଜିଷ୍ଟ୍ରେଟ୍ ମୁଖ୍ୟ ଚିକତ୍ସାଳୟରେ ପହଞ୍ଚି ଆହତ ଯୁବତୀର ବୟାନ ରେକର୍ଡ଼ କରିଛନ୍ତି। ମୃତ ଯୁବକର ଘର ଲଖନପୁର ବ୍ଲକ ଉବୁଡ଼ା ଗ୍ରାମରେ ହୋଇଥିବା ବେଳେ ପରିବାର କିଛି ଲୋକ ସମ୍ବଲପୁର ଜମାଦାରପାଲି ଠାରେ ରୁହନ୍ତି। ଖବର ପାଇ ପରିବାର ଲୋକ ପହଞ୍ଚିଥିବା ଜଣାଯାଇଛି। ଉଭୟ ଯୁବକ-ଯୁବତୀ କାହିଁକି ଓ କେଉଁ କାରଣରୁ ବିଷ ପାନ କଲେ ତାର ତଦନ୍ତ କରାଯିବ ବୋଲି ପୁଲିସ କହିଛି।

The post ବିଷ ପିଇଲେ ପ୍ରେମୀ ଯୁଗଳ: ପ୍ରେମିକର ମୃତ୍ୟୁ, ପ୍ରେମିକା ଗୁରୁତର first appeared on Sambad.



from ରାଜ୍ୟ – Sambad https://ift.tt/2XN0UnL

Post a Comment

0 Comments