ପୁରୀ-ଭଲସାଡ ସ୍ବତନ୍ତ୍ର ଟ୍ରେନ ସମୟ ସାରଣୀରେ ପରିବର୍ତନ

ଭୁବନେଶ୍ବର : ପୁରୀ-ଭଲସାଡ-ପୁରୀ ସ୍ବତନ୍ତ୍ର ଏକ୍ସପ୍ରେସ ଟ୍ରେନ (୦୯୨୦୯/୦୯୨୧୦)ର ସମୟ ସାରଣୀକୁ ପରିବର୍ତନ କରାଯାଇ ଜାନୁଆରି ୨୮ରୁ ଭଲସାଡରୁ ଓ ଜାନୁଆରି ୩୧ରୁ ପୁରୀରୁ ସଂଶୋଧିତ ସମୟସରଣୀ ଅନୁଯାୟୀ ଚଳାଚଳ କରିବ। ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭଲସାଡ-ପୁରୀ ଏକ୍ସପ୍ରେସ (୦୯୨୦୯) ଜାନୁଆରି ୨୮ରୁ ପ୍ରତ୍ୟେକ ଗୁରୁବାର ରାତି ୮ଟା ୧୫ ବଦଳରେ ୮ଟା ୧୦ରେ ଭଲସାଡ ଛାଡ଼ିବ। ଶନିବାର ପୂର୍ବାହ୍ନ ୯ଟା ୪୫ ପରିବର୍ତ୍ତେ ୯ଟା ୩୦ରେ ପୁରୀରେ ପହଞ୍ଚିବ। ଫେରିବା ମାର୍ଗରେ ପୁରୀ-ଭଲସାଡ ଏକ୍ସପ୍ରେସ(୦୯୨୧୦) ରବିବାର ସକାଳ ୬ଟା ୩୦ ପରିବର୍ତ୍ତେ ଏଣିକି ରବିବାର ୦.୩୦ମିନିଟ୍‌ ତଥା ଶନିବାର ମଧ୍ୟରାତ୍ରିରେ ପୁରୀ ଛାଡ଼ିବ। ପ୍ରତ୍ୟେକ ସୋମବାର ସନ୍ଧ୍ୟା ୭ଟା ୫୦ ପରିବର୍ତ୍ତେ ମଧ୍ୟାହ୍ନ ୧୨ଟାରେ ଭଲସାଡରେ ପହଞ୍ଚିବ। ବିଭିନ୍ନ ଷ୍ଟେସନରେ ଏକ୍ସପ୍ରେସର ସମୟ ସାରଣୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

The post ପୁରୀ-ଭଲସାଡ ସ୍ବତନ୍ତ୍ର ଟ୍ରେନ ସମୟ ସାରଣୀରେ ପରିବର୍ତନ first appeared on Sambad.



from ରାଜ୍ୟ – Sambad https://ift.tt/3aj1Vtx

Post a Comment

0 Comments