
ଭୁବନେଶ୍ୱର : ଯାତ୍ରୀଙ୍କ ସୁବିଧା ସହ ଟ୍ରେନ୍ ପରିଚାଳନା ସହଜ କରିବା ପାଇଁ ପୂର୍ବତଟ ରେଳପଥରୁ ଓ ଏହାର ପରିସୀମା ମଧ୍ୟରେ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନ୍ଗୁଡ଼ିକର ସମୟ ସାରଣୀରେ ପରିବର୍ତନ କରାଯାଇଛି। ଷ୍ଟେସନ୍ଗୁଡ଼ିକରେ ଟ୍ରେନ୍ର ରହଣୀ ସମୟରେ ପରିବର୍ତ୍ତନ ହୋଇଛି। ଯାତ୍ରୀମାନେ ବିଭିନ୍ନ ଷ୍ଟେସନ୍ରେ ସେମାନଙ୍କ ଯାତ୍ରା କରିବାକୁ ଥିବା ଟ୍ରେନ୍ଗୁଡ଼ିକର ସମୟ ସାରଣୀ ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ଯାତ୍ରା ପୂର୍ବରୁ ଅବଗତ ହେବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନେ ଭାରତୀୟ ରେଳ ଯାତ୍ରୀ ଅନୁସନ୍ଧାନ ୱେବସାଇଟ୍ https://ift.tt/37WKPAA ଅନୁସରଣ କରିପାରିବେ। କିମ୍ବା ନ୍ୟାସନାଲ ଟ୍ରେନ୍ ଇନକ୍ୱାରି https://ift.tt/2W3IyOM, ଆଇଆରସିଟିସି ୱେବସାଇଟ୍ https://ift.tt/3qIiDKq କିମ୍ବା ଷ୍ଟେସନ୍ଗୁଡ଼ିକରେ ଥିବା ଅନୁସନ୍ଧାନ କେନ୍ଦ୍ର ଅଥବା ସ୍ୱତନ୍ତ୍ର ଟ୍ରେନର ସଂଶୋଧିତ ସମୟ ବିଷୟରେ ଜାଣିବା ପାଇଁ ଟ୍ରେନ୍ ସମ୍ବନ୍ଧୀୟ ସର୍ବଭାରତୀୟ ହେଲ୍ପଲାଇନ ନମ୍ବର-୧୩୯ ସହ ଯୋଗାଯୋଗ କରିପାରିବେ।
The post ସ୍ବତନ୍ତ୍ର ଟ୍ରେନ୍ଗୁଡ଼ିକର ସମୟ ସାରଣୀ ପରିବର୍ତନ first appeared on Sambad.
from ରାଜ୍ୟ – Sambad https://ift.tt/3oDaW6v
0 Comments