
ଭୁବନେଶ୍ୱର : ସିବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନି। କେଉଁ ମାସ କିମ୍ବା ତାରିଖରେ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ହେବ ସେନେଇ ବି କିଛି ଧାର୍ଯ୍ୟ କରାଯାଇ ନାହିଁ। ତେବେ କେତେକ ଗଣମାଧ୍ୟମ/ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରିତ କରାଯାଇ ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ବିଭ୍ରାନ୍ତି କରାଯାଉଛି। ସ୍କୁଲ କର୍ତୃପକ୍ଷ, ଛାତ୍ରଛାତ୍ରୀ ଓ ଅଭିଭାବକ ଏହା ଉପରେ ବିଶ୍ବାସ ନ କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ପକ୍ଷରୁ ଆଜି ପରାମର୍ଶ ଦିଆଯାଇଛି। ଆହୁରି କୁହାଯାଇଛି ଯେ ବୋର୍ଡ ପକ୍ଷରୁ ପରୀକ୍ଷା ସମ୍ପର୍କରେ ଏଯାଏ କୌଣସି ବିଜ୍ଞପ୍ତି ଜାରି ହୋଇ ନାହିଁ। ପରୀକ୍ଷା ସମ୍ପର୍କରେ ସିବିଏସ୍ଇ ୱେବସାଇଟ୍ www.cbse.nic.in ରେ ଉଲ୍ଲେଖ କରାଯିବ। ତେଣୁ ଛାତ୍ରଛାତ୍ରୀ, ସ୍କୁଲ କର୍ତୃପକ୍ଷ ଓ ଅଭିଭାବକ ନିୟମିତ ଭାବେ ୱେବସାଇଟ୍ ଯାଞ୍ଚ କରନ୍ତୁ। ପରୀକ୍ଷା ସମ୍ପର୍କରେ ୱେବସାଇଟ୍ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତାହା ଚୂଡ଼ାନ୍ତ ବୋଲି କୁହାଯିବ। କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମାନସିକତା ସମ୍ପର୍କରେ ବୋର୍ଡ ଅବଗତ ରହିଛି। ଏନେଇ ସିବିଏସ୍ଇର ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
The post ସ୍ପଷ୍ଟ କଲା ସିବିଏସ୍ଇ: ପରୀକ୍ଷା ତାରିଖ ଧାର୍ଯ୍ୟ ହୋଇନି first appeared on Sambad.
from ରାଜ୍ୟ – Sambad https://ift.tt/342nT1N
0 Comments