କରୋନା ମୃତ୍ୟୁ ୧୮ଶହ ନିକଟତର

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ୧୮ଶହ ନିକଟତର ହୋଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଉ ୫ଜଣ କରୋନାରେ ପ୍ରାଣ ହରାଇବା ନେଇ ଘୋଷଣା ହେବା ପରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି। ଖୋର୍ଧାରେ ସର୍ବାଧିକ ୩୦୭ଜଣଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ ଗତ ୨୪ଘଣ୍ଟାରେ ୩୪୩ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଯାହାଫଳରେ ରାଜ୍ୟର ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୫.୧୪ ପ୍ରତିଶତକୁ ଖସି ଆସିଲାଣି। ୫ ଜିଲ୍ଲାରେ କୌଣସି ରୋଗୀ ଚିହ୍ନଟ ହୋଇ ନ ଥିବା ବେଳେ ୧୨ ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କ ତଳେ ରହିଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୨୨ହଜାର ୬୪୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୪୫୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୧୭ହଜାର ୮୭୦କୁ ବୃଦ୍ଧି ପାଇଛି।

The post କରୋନା ମୃତ୍ୟୁ ୧୮ଶହ ନିକଟତର first appeared on Sambad.



from ରାଜ୍ୟ – Sambad https://ift.tt/39WvTFn

Post a Comment

0 Comments