ଇକୋ ରିଟ୍ରିଟ୍‌ରେ ‘ବିବାହ ପ୍ୟାକେଜ୍‌’

ଭୁବନେଶ୍ୱର : ସମୁଦ୍ରକୂଳରେ ହେଉ ଅବା ପାହାଡ଼ ଝରଣା ଘେରା ପ୍ରାକୃତିକ ପରିବେଶରେ ମିଳିବ ବିବାହ ଉତ୍ସବର ମଜା। ଆଉ ୩ ଦିନ ପରେ ଇକୋ-ରିଟ୍ରିଟ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ବିବାହ ଋତୁକୁ ଦୃଷ୍ଟିରେ ରଖି ଏଥର ସେଠାରେ ବିବାହ ପ୍ୟାକେଜ୍‌ର ବନ୍ଦୋବସ୍ତ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ତେବେ ଏହା କେବଳ କୋଣାର୍କ ଇକୋ ରିଟ୍ରିଟ୍‌ରେ ଉପଲବ୍ଧ ହେବ।

ପରିବେଶ ପର୍ଯ୍ୟଟନ ଜରିଆରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପୂର୍ବ ବର୍ଷର ପରିକଳ୍ପିତ ଇକୋ ରିଟ୍ରିଟ୍‌ ସଫଳ ହୋଇଥିବା ବେଳେ ଏଥର ଏହାକୁ ୫ଟି ସ୍ଥାନରେ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ କିଛି ନୂଆ କଥା ଯୋଡ଼ି ହୋଇଛି। ଭାସମାନ ରେସ୍ତୋରାଁରେ ଖାଇବା, ଜଳାଶୟ ମଧ୍ୟରେ ଯୋଗର ମଜା ନେବା ପାଇଁ ସୁ‌ଯୋଗ ସୃଷ୍ଟି ହୋଇଛି। ଏଥିସହ ଡେଷ୍ଟିନେସନ ପ୍ୟାକେଜ୍‌ ଯୋଡ଼ି ହେଉଥିବାରୁ ଏହା ମାଧ୍ୟମରେ ଅନେକ ନିଜ ନିଆରା ବିବାହ ସ୍ମୃତିକୁ ସବୁଦିନ ପାଇଁ ଉଜ୍ଜୀବୀତ ରଖିପାରିବେ।

ଇକୋ ରିଟ୍ରିଟ୍‌ ସେଲ୍‌ସ ନିର୍ଦେଶକ ସୌରଭ ସେନଗୁପ୍ତାଙ୍କ କହିବା ମୁତାବକ, ବିବାହ ପାଇଁ ବୁକିଂ କରିବାକୁ ହେଲେ ଜଣଙ୍କୁ ସେଠାରେ ଉପଲବ୍ଧ ସମସ୍ତ ୨୫ଟି ଟେଣ୍ଟ୍‌କୁ ବୁକିଂ କରିବାକୁ ପଡ଼ିବ। ଏଥିପାଇଁ ପ୍ରତି ବ୍ୟକ୍ତି ପିଛା ୫ହଜାର ଟଙ୍କା ଦେବାକୁ ପଡ଼ିବ। ଅନ୍ୟୁନ ୫୦ ଜଣ ରହିପାରିବେ। ତେବେ ଶହେ ଜଣ ଏହି ଉତ୍ସବରେ ସାମିଲ୍‌ ହେବାର ବନ୍ଦୋବସ୍ତ କରାଯାଇପାରିବ ବୋଲି ସୂଚନା ମିଳିଛି। ଇକୋ-ରିଟ୍ରିଟ୍‌ ସ୍ଥଳରେ ଉପଲବ୍ଧ ସମସ୍ତ କ୍ରୀଡ଼ାର ମଜା ଉପଭୋଗ କରିପାରିବେ ନିମନ୍ତ୍ରିତ ଅତିଥି। କୋଭିଡ୍‌-୧୯ର ସମସ୍ତ କଟକଣା କଡ଼ାକଡ଼ି ପାଳନ କରିବା ସହ ଏହି ବିବାହ ଉତ୍ସବ ଆୟୋଜନର ବ୍ୟବସ୍ଥା କରାଯିବ।

The post ଇକୋ ରିଟ୍ରିଟ୍‌ରେ ‘ବିବାହ ପ୍ୟାକେଜ୍‌’ first appeared on Sambad.



from ରାଜ୍ୟ – Sambad https://ift.tt/39MzWDW

Post a Comment

0 Comments