
ଯୋଡ଼ା: ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ସହର ଭିତରକୁ ୧୧ ହାତୀ ପଶି ତାଣ୍ଡବ ରଚିଛନ୍ତି। ହାତୀ ଗର୍ଜନରେ ଦୁଇ ଘଣ୍ଟା ଧରି ଲୋକଙ୍କ ନିଦ ହଜିଯାଇଥିଲା। ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଜଣକ ବାଚୁ ହଟିଙ୍ଗର ମାର୍କଣ୍ଡ ନାଏକ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ହାତୀ ପଲ ଲହଣ୍ଡା – ମାନମୋରା ଜଙ୍ଗଲ ରାସ୍ତା ଦେଇ ସୁନା ନଦୀ ଅତିକ୍ରମ କରିବା ପରେ ଯୋଡ଼ା କେନ୍ଦ୍ରୀୟ ଚିକିତ୍ସାଳୟ ଭିତର ରାସ୍ତାରେ ପଶିବା ପରେ ହାତୀପଲ ବାଟବଣା ହୋଇ ଯାଇଥିଲେ। ସେଠାରୁ ହାତୀ ପଲ ଭାଗ ଭାଗ ହୋଇଥିଲେ । ବନେଇକଳା ଏନଏସି ଗେଟ ନିକଟରେ ଥିବା ଜେଏନପି ଫ୍ଲାଟରେ ହାତୀ ପଶି ପାଚେରୀ ଭାଙ୍ଗି ପଛ ଆଡେ ବାହାରିଥିଲେ। ହାତୀପଲ ଏଠାରେ ଯିବା ସମୟରେ ବାଇକ ଓ ଗାଡ଼ି ଭାଙ୍ଗିରୁଜି ଯାଇଛି । ହାତୀପଲ ନିକଟ ଜନବସତି ସ୍ଥାନରେ ଘୁରିବୁଲିବା ପରେ ଲୋକେ ଆତଙ୍କ ହୋଇ ପଡ଼ିଥିଲେ।
ଯୋଡ଼ା- ବନେଇକଳା ମୁଖ୍ୟ ରାସ୍ତାର ତାରିଣୀ ଛକି ନିକଟରେ ଥିବା ଏମ ଏମ ଟିସି କଲୋନୀ ଗେଟ ଭାଙ୍ଗି ଭିତରେ ହାତୀପଲ ପଶି ପୁଣି କେନ୍ଦ୍ରୀୟ ଚିକିତ୍ସାଳୟ ପାଚେରୀ ଭାଙ୍ଗି ଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ହାତୀ ପଲ ଉପଦ୍ରବ ଚଳାଇ ଗର୍ଜନ କରିଥିଲେ। ଭୋର ୫ ଟା ପର୍ଯ୍ୟନ୍ତ ତାଣ୍ଡବ ରଚି ହାତୀପଲ ସୁନାନାଦୀ ଅତିକ୍ରମ କରି ମାନମୋରା ଜଙ୍ଗଲକୁ ଚାଲିଯାଇଛନ୍ତି। ବିଲେଇପଦା ବନ ବିଭାଗ ସ୍କ୍ୱାଡ୍ ହାତୀ ଘଉଡାଇବା ପାଇଁ ନିୟୋଜିତ ହୋଇଥିବା ବନ ବିଭାଗ ସୂଚନା ଦେଇଛି ।
The post ହାତୀ ଗର୍ଜନରେ ଯୋଡ଼ା ସହର ଥରହର, ଆକ୍ରମଣରେ ବୃଦ୍ଧ ମୃତ first appeared on Sambad.
from ରାଜ୍ୟ – Sambad https://ift.tt/3oj4G3s
0 Comments