ଡିସେମ୍ବର ଶେଷ ସପ୍ତାହ ଯାଏ ଚାଲିବ ପୂଜା ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ପୂଜା ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକ ଏବେ ବନ୍ଦ ହେବ ନାହିଁ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡ଼ୁଥିବା ୨୦ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ ଡିସେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ପୂର୍ବଭଳି ଚାଲୁରହିବ। ଭୁବନେଶ୍ବରରୁ ଅନନ୍ଦ ବିହାର, ଲୋକମାନ୍ୟ ତିଲକ୍‌ ଟର୍ମିନାଲ(ଏଲ୍‌ଟିଟି), ତିରୁପତି, ଚେନ୍ନାଇ, ବେଙ୍ଗାଲୁରୁ କାଣ୍ଟ, ପୁଡ଼ୁଚେରି, ରାମେଶ୍ବରମ୍‌କୁ ଚାଲୁଥିବା ‌ଟ୍ରେନ୍‌ ପୂର୍ବଭଳି ଗଡ଼ିବ। ସେହିପରି ସମ୍ବଲପୁରରୁ ହାୱାଡା, ମାଣ୍ଡୁଆଢ଼ି, ପୁରୀରୁ ପାଟଣା, ଜୟନଗର, ସୁରଟ, ଏଲ୍‌ଟିଟି, ଚେନ୍ନାଇ, ବିଶାଖାପାଟଣାରୁ ନିଜାମ୍‌ଉଦ୍ଦିନ୍‌, ଚେନ୍ନାଇ, ଏଲ୍‌ଟିଟି, ଗାନ୍ଧୀଧାମ ଓ କୁଡ୍ଡାପାକୁ ଚାଲୁଥିବା ପୂଜା ସ୍ବତନ୍ତ୍ର ଟ୍ରେନ୍‌ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

The post ଡିସେମ୍ବର ଶେଷ ସପ୍ତାହ ଯାଏ ଚାଲିବ ପୂଜା ସ୍ବତନ୍ତ୍ର ଟ୍ରେନ୍‌ first appeared on Sambad.



from ରାଜ୍ୟ – Sambad https://ift.tt/3o01aLs

Post a Comment

0 Comments