
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀ ଓ ଶ୍ରମିକଙ୍କ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଆଜି ଯେଉଁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି ବିଶେଷ ଭାବରେ କଂଗ୍ରେସ ଏହାକୁ ସମର୍ଥନ କରିବା କୁମ୍ଭୀର କାନ୍ଦଣା ବୋଲି ବୋଲି ‘ଭାରତ ବନ୍ଦ’ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଜାତନ୍ତ୍ରର ବିଶେଷତ୍ବ ହେଲା ସମସ୍ତଙ୍କର ନିଜର ମନ୍ତବ୍ୟ ଓ ଦାବି ଜଣାଇବାର ଅଧିକାର ରହିଛି। ସମ୍ବିଧାନର ଏହା ହିଁ ଉପଲବ୍ଧି। ମୋଦୀ ସରକାର କୃଷି ଆଇନରେ ଆଣିଥିବା ସଂସ୍କାର ଦ୍ୱାରା କୃଷିର ବ୍ୟାପକ ବିକାଶ ଓ ଉନ୍ନତି ହେବ। ତେବେ ଆଜି ଯେଉଁ ପ୍ରସଙ୍ଗ ଗୁଡ଼ିକୁ ବିରୋଧ କରାଯାଉଛି, ଏହି ଛଳନାକୁ ଭାରତର ଲୋକମାନେ ବିଶ୍ୱାସ କରିବେନି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭାରତର ଲୋକମାନେ ସମର୍ଥନ କରୁଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ସରକାର କୃଷି ସମେତ ଶ୍ରମିକଙ୍କ କଲ୍ୟାଣ ପାଇଁ ଅନେକ ନୀତିରେ ସୁଧାର ଆଣିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଥିବା ଦିନ ମଜୁରିଆ, ଖଟିଖିଆ ଏବଂ ଅସ୍ଥାୟୀ ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ମିଳିବାର ଅଧିକାର ଦେବା ସହ ସେମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ଦିଆଯିବାର ବ୍ୟବସ୍ଥା କରିଛନ୍ତି। ଏହା ସହ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଅଧିକାର ମଧ୍ୟ ଦିଆଯାଇଛି। ତେବେ ଯେଉଁମାନେ ଦେଶ ଓ ରାଜ୍ୟକୁ ଲମ୍ବା ସମୟ ଧରି ଶାସନ କଲେ ଏବଂ ଦେଶକୁ ପଛକୁ ନେଇଗଲେ ସେମାନଙ୍କ ପାଖରେ କୌଣସି ରାଜନୈତିକ ପ୍ରସଙ୍ଗ ନାହିଁ । ସେମାନେ କେବଳ ବିଷୟକୁ ନ ବୁଝି ବିରୋଧ ଛଳରେ ବିରୋଧ କରିବା ସହ ବାଚାଳାମୀ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
The post କୁମ୍ଭୀର କାନ୍ଦଣା କାନ୍ଦୁଛି କଂଗ୍ରେସ: ଧର୍ମେନ୍ଦ୍ର first appeared on Sambad.
from ରାଜ୍ୟ – Sambad https://ift.tt/3nZcdnZ
0 Comments