
ଭୁବନେଶ୍ୱର : କରୋନା ସଂକ୍ରମଣ ଜନିତ ଲକ୍ଡାଉନ୍ ଯୋଗୁ ହସ୍ତତନ୍ତ ଓ ବୟନଶିଳ୍ପ କ୍ଷେତ୍ର ପ୍ରଭାବିତ ହୋଇଛି। ଏହି ପରିସ୍ଥିତିର ମୁକାବିଲା ନିମନ୍ତେ ସରକାର ବୁଣାକାର ପରିବାରର କର୍ମସଂସ୍ଥାନକୁ ଦୃଷ୍ଟିରେ ରଖି କଞ୍ଚାମାଲ ଯୋଗାଉଛନ୍ତି। ଉତ୍ପାଦିତ ହସତନ୍ତ ବସ୍ତ୍ରର ବିକ୍ରୟ ସୁବିଧା କରିବା ନିମନ୍ତେ ସ୍ବତନ୍ତ୍ର ସହାୟତାର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ମୁତାବକ ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ତିନିଟି ସମବାୟ ଭିତ୍ତିକ ଅଗ୍ରଣୀ ହସ୍ତତନ୍ତ ସମିତିକୁ ବିନା ସୁଧରେ ୨୫ କୋଟି ଟଙ୍କାର ଋଣ ମୂଳଧନ ନିମନ୍ତେ ପ୍ରଦାନ କରାଯାଇଛି। ଏହା ଦ୍ବାରା ୩୫,୩୧୧ ଜଣ ବୁଣାକାର ପରିବାର ଉପକୃତ ହେବେ। ବିଧାନସଭାରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଏହି ସୂଚନା ଦେଇଛନ୍ତି।
ଏସ୍ଏଚ୍ଜିଙ୍କୁ ୧୦ ବର୍ଷରେ ୯ ହଜାର କୋଟିରୁ ଅଧିକ ଋଣ
ଭୁବନେଶ୍ବର : ଗତ ୧୦ ବର୍ଷରେ ଓଡ଼ିଶାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୯୬୩୭ କୋଟି ୬ ଲକ୍ଷ ୭୫ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଛି। ଏହି ଋଣକୁ ବ୍ୟବହାର କରି ଏସ୍ଏଚ୍ଜିର ସଭ୍ୟମାନେ ସଶକ୍ତ ଓ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି। ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି।
from ରାଜ୍ୟ – Sambad https://ift.tt/2GGCDdI
0 Comments