ମେଡିକାଲ କଲେଜ ଡାକ୍ତରଙ୍କ ପାଇଁ ଗଠନ ହେବ ଓମ୍‌ଟା କଲ୍ୟାଣ ପାଣ୍ଠି

କଟକ : ରାଜ୍ୟର ମେଡିକାଲ୍‌ କଲେଜମାନଙ୍କର ଡାକ୍ତରଙ୍କ ଅସୁବିଧା ସମୟରେ ସହାୟତାର ହାତ ବଢାଇବା ଓଡ଼ିଶା ମେଡିକାଲ୍‌ ଶିକ୍ଷକ ସଂଘ (ଓମ୍‌ଟା)। ଏଥିପାଇଁ ଏକ କଲ୍ୟାଣ ପାଣ୍ଠି ଗଠନ କରାଯିବାକୁ ଯୋଜନା କରାଯାଉଛି। ଏ ସଂକ୍ରାନ୍ତରେ ସୋମବାର ଏସ୍‌ସିବି ମେଡିକାଲ୍‌ରେ ଓମ୍‌ଟା ଶାଖାର ଏକ ବୈଠକରେ ଆଲୋଚନା ହୋଇଛି। ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର‌ ହୋ‌ତାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଓମ୍‌ଟା ସଦସ୍ୟମାନଙ୍କର କଲ୍ୟାଣ ପାଇଁ ସମସ୍ତେ ଏକମତ ହୋଇଥିଲେ। ବୈଠକରେ ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଚିତ୍ତରଂଜନ କରଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଆଲୋଚନା ହୋଇଥିଲା। ଡାକ୍ତର କର ଏବେ ଗୁରୁତର ଅସୁସ୍ଥ‌ ହୋଇ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଯଦି ଆବଶ୍ୟକ ପଡ଼େ ତାଙ୍କର ଉଚ୍ଚତର ଚିକିତ୍ସା ପାଇଁ ମଧ୍ୟ ଓମ୍‌ଟା ସହାୟତା କରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା।



from ରାଜ୍ୟ – Sambad https://ift.tt/2SuLe61

Post a Comment

0 Comments