ରଙ୍ଗମାଟିରେ ଝାଡଖଣ୍ଡି ହାତୀ: ଭାଙ୍ଗିଲେ ଘର, ଖାଇଲେ ଫସଲ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ହାତୀ ଉପଦ୍ରଵ ଲାଗି ରହିଛି। ଓଡିଶା ଓ ଝାଡଖଣ୍ଡି ହାତୀ ଦଳଵଦ୍ଧ ହୋଇ ଆସି ବିଭିନ୍ନ ଗାଁରେ ଘରଦ୍ଵାର ଭାଙ୍ଗିବା ସହ ଘରେ ସାଇତା ଧାନ, ଚାଉଳ ଖାଇ ନଷ୍ଟ କରିଥାନ୍ତି। ଏପରିକି ଧାନ ବିଲରେ ପଶି ଫସଲ ଖାଇ ମାଡିମକଚି ନଷ୍ଟ କରନ୍ତି। ଏହିକ୍ରମରେ ଆଜି ଭୋରରୁ କୁତ୍ରା ବ୍ଲକ୍ ରଙ୍ଗମାଟିରେ ୨୫ଟିକିଆ ହାତୀ ପଶି ଉତ୍ପାତ କରିଥିଲେ। ଗାଁର ହିଲେନ ସାମଦ ଓ ଅନ୍ଯ ୨ଜଣଙ୍କ କୁଡିଆକୁ ଭାଙ୍ଗି ଦେଇଥିଲେ। ସକାଳୁ ହାତୀପଲ ଝାଡଖଣ୍ଡ ଜଙ୍ଗଲକୁ ପଳାଇଥିବା ସୂଚନା ମିଳିଛି। ଖବର ପାଇ ଵନଵିଭାଗ ରଙ୍ଗମାଟିରେ ପହଞ୍ଚି ତଦନ୍ତ କରିଛନ୍ତି।

The post ରଙ୍ଗମାଟିରେ ଝାଡଖଣ୍ଡି ହାତୀ: ଭାଙ୍ଗିଲେ ଘର, ଖାଇଲେ ଫସଲ first appeared on Sambad.



from ରାଜ୍ୟ – Sambad https://ift.tt/34yIxqN

Post a Comment

0 Comments