
ଅନୁଗୁଳ: ଅନୁଗୁଳ ଥାନା ଶରଧାପୁର ଗ୍ରାମରେ ଜଣେ ବୃଦ୍ଧ ଗାଧୋଇବାକୁ ଯାଇଥିବା ବେଳେ ନାଳରେ ପଡି ତାଙ୍କର ମୃତ୍ୟ ହୋଇଥିବା ଜଣା ପଡିଛି |

ପ୍ରାପ୍ତ ସୂଚନା ଅନୁଯାୟୀ ଶରଧାପୁର ଗ୍ରାମର ରାଜ ଦେହୁରୀ ଗତକାଲି ସକାଳୁ ଗାଧୋଇବା ପାଇଁ ଘରୁ ବାହାରିଥିଲେ | କିନ୍ତୁ ଯିବା ପରେ ସେ କାଲିଠୁ ଘରକୁ ଫେରି ନଥିଲେ | ଆଜି ଗ୍ରାମର ନାଳରେ ତାଙ୍କ ମୃତ ଶରୀର ଭାସୁଥିବା ଦେଖି ଗାଁ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଶବ ଉଦ୍ଧାର କରିଥିବା ଜଣା ପଡିଛି |
The post ନାଳରେ ପଡି ବୃଦ୍ଧଙ୍କ ମୃତ୍ୟୁ first appeared on Sambad.
from ରାଜ୍ୟ – Sambad https://ift.tt/31P9u7Q
0 Comments