
ଭୁବନେଶ୍ୱର : ବରିଷ୍ଠ ପ୍ରଶାସକ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ ଆସନ୍ତ ୩୧ ତାରିଖରେ ଅବସର ଗ୍ରହଣ କରିବେ। ବିଭାଗର ଅତିରିକ୍ତ ଶାସନ ସଚିବ ରଞ୍ଜନ ଦାସ ୧ ତାରିଖରୁ ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ରହିବେ। ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ହେବା ପର୍ଯ୍ୟନ୍ତ ଶ୍ରୀ ଦାସ ଏହି ଦାୟିତ୍ବରେ ରହିବେ ବୋଲି ଜଣାପଡ଼ିଛି। ଏହା ସହ ଶ୍ରୀ ଦାସ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ। ବର୍ତ୍ତମାନ ପ୍ରତିଷ୍ଠାନର ନିୟମିତ ନିର୍ଦ୍ଦେଶକ ନାହାନ୍ତି। ସଂସ୍କୃତି ବିଭାଗ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଗତ ୨୦ ତାରିଖରେ ଅନୁମୋଦନ ଦେଇଛନ୍ତି।
The post ସଂସ୍କୃତି ନିର୍ଦ୍ଦେଶକ ଦାୟିତ୍ବରେ ରହିବେ ରଞ୍ଜନ ଦାସ first appeared on Sambad.
from ରାଜ୍ୟ – Sambad https://ift.tt/34ComIT
0 Comments