
ବିନିକା : ରାମଗୋପାଳ ବାଘ ବିନିକା ଏନ୍ଏସିର ଜଣେ କର୍ମଚାରୀ। ସେ ଏବେ ଭିନ୍ନ କାମ ପାଇଁ ଅଞ୍ଚଳରେ ପରିଚିତ। ଐତିହାସିକ ପାପକ୍ଷୟ ଘାଟ ପାଖରେ ଥିବା ଶ୍ମଶାନ ଘାଟରେ ଶବଦାହ ପାଇଁ ରାମଗୋପାଳ ମାଗଣାରେ କାଠ ଯୋଗାଇ ଆସୁଛନ୍ତି। ବହୁ ଦିନ ହେଲା ସେ ଏହା ଚିନ୍ତା କରିଥିଲେ। ମାତ୍ର କୌଣସି କାରଣରୁ ଆରମ୍ଭ କରି ପାରିନଥିଲେ। ନିକଟରେ ସେ ଏହି ସେବା ଆରମ୍ଭ କରିଛନ୍ତି। ଏହି ସେବା କରି ଆତ୍ମସନ୍ତୋଷ ଲାଭ କରୁଥିବା ରାମଗୋପାଳ କହନ୍ତି।
ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଶବଦାହ ପାଇଁ ବି ମାଗଣାରେ କାଠ ଯୋଗାଇ ଦେଇଥିଲେ। ବିନିକା ବିଦ୍ୟୁତ୍ ଗ୍ରିଡ୍ ପାଖରେ ଏକ ଛୋଟ ଘର କରି କାଠ ଗଚ୍ଛିତ ରଖୁଛନ୍ତି। ଆବଶ୍ୟକ ବେଳେ କାଠ ଯୋଗାଇ ଦେଉଛନ୍ତି। ତାଙ୍କର ଏହି ମହତ୍ କାର୍ଯ୍ୟକୁ ବିନିକା ତହସିଲଦାର ଅଲେଖ ଘୁଟା, ବିଡିଓ ବ୍ୟାସଦେବ ବେହେରା ଓ ଏନ୍ଏସିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ନାୟକ ପ୍ରଶଂସା କରିଛନ୍ତି।
The post ଶବଦାହ ପାଇଁ ମାଗଣାରେ କାଠ ଯୋଗାଉଛନ୍ତି ରାମଗୋପାଳ first appeared on Sambad.from ରାଜ୍ୟ | Sambad https://ift.tt/3aWWou8
0 Comments