ସାମ୍ବାଦିକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କରୋନାରେ ମୃତ୍ୟୁ ହେଲେ ମିଳିବ ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ବର: ସାମ୍ବାଦିକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନାରେ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟର ୬୯୪୪ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରି କହିଛନ୍ତି ଯେ, ସାମ୍ବାଦିକମାନେ କରୋନା ନେଇ ଲୋକଙ୍କୁ ସଚେତନ କରାଉଛନ୍ତି। କରୋନା ଲଢ଼େଇରେ ସାମ୍ବାଦିକମାନେ ବଡ଼ ସହଯୋଗ କରୁଛନ୍ତି। ସେହିଭଳି ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ନବୀନ ।

OdishaTV

ତେବେ ଏ ମଧ୍ୟରେ କରୋନା ଆକ୍ରାନ୍ତ ହୋଇ ରାଜ୍ୟର କିଛି ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। କରୋନା ମହାମାରୀ ମଧ୍ୟରେ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ଏବଂ ସେମାନଙ୍କୁ ସଚେତନ କରାଇବା ଯାତ୍ରାରେ କିଛି ସାମ୍ବାଦିକଙ୍କ ଜୀବନ ଦୀପ ଲିଭିଯାଇଛି। କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ରାଜ୍ୟରେ ସାମ୍ବାଦିକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବି ହୋଇ ଆସୁଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଘୋଷଣା କରିଛନ୍ତି।

The post ସାମ୍ବାଦିକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କରୋନାରେ ମୃତ୍ୟୁ ହେଲେ ମିଳିବ ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି first appeared on Sambad.

from ରାଜ୍ୟ | Sambad https://ift.tt/3eN7C5l

Post a Comment

0 Comments