ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ ମାଗଣାରେ ଟିକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସନ୍ତା ୨୮ ତାରିଖରେ ପଞ୍ଜିକରଣ ଆରମ୍ଭ ହେବ । ପରିବାର କଲ୍ୟାଣ ନିର୍ଦ୍ଦେଶକ, ବିଜୟ ପାଣିଗ୍ରାହୀ ଆଜି କହିଛନ୍ତି ଯେ କେଉଁ ପ୍ରକ୍ରିୟାରେ ହେବ ତାହା ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହେବ । କୋବିନ ପୋଟାଲରେ ପଞ୍ଜିକରଣ କରିବେ । ସେଠି ଦୁଇଟି ପ୍ରକ୍ରିୟା ରହିଛି ଗୋଟିଏ ପଞ୍ଜିକରଣ ଓ ଅନ୍ୟଟି ଆପଏଣ୍ଟମେଣ୍ଟ ପ୍ରକ୍ରିୟା ଦେଇ ସମସ୍ତଙ୍କୁ ଆସିବାକୁ ପଡ଼ିବ । ପଞ୍ଜିକରଣ ପରେ ଟିକାକୁ ଦେଖି ସ୍ଲଟ ବୁକ କରାଯିବ । ଟିକା ଆସିବା ପରେ କିଏ କେଉଁ ଦିନ କେଉଁଠି ନେବେ ତାହା ମେସେଜ ମାଧ୍ୟମରେ ଜଣାଇ ଦିଆଯିବ ।
ଆମକୁ ଯେତିକି ପରିମାଣର ଟିକା ମିଳିବ ତାହା ଉପରେ ତୃତୀୟ ପର୍ଯ୍ୟାୟ ଟିକାକରଣ ନିର୍ଭର କରିବ । ଆମେ ଦୁଇଟି କମ୍ପାନୀକୁ ଟିକା ଯୋଗାଈ ଦେବା ପାଇଁ ଚିଠି ଲେଖିଛୁ ମାତ୍ର କିଛି ଉତ୍ତର ଆସିନି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୫ ଲକ୍ଷ ୫୫ ହଜାର ୩୮୦ ଡୋଜ ଦିଆଯାଇଛି । ଆଜି ୫୪୦ କେନ୍ଦ୍ରରେ ଟିକାକରଣ ହେଉଛି ।
ବର୍ତ୍ତମାନ ରାଜ୍ୟରେ ୨.୦୫ ଲକ୍ଷ କୋଭିସିଲିଡ଼ ଓ ୩.୭ ଲକ୍ଷ କୋଭାକସିନ ଟିକା ମହଜୁଦ ରହିଛି । ଯାହା ଟିକା ରହିଛି ତାହା ୩ ରୁ ୪ ଦିନ ଯିବ । ଯେଉଁମାନେ ଘରୋଇ ହସ୍ପିଟାଲରେ ଟିକା ବା ପ୍ରଥମ ଡୋଜ ନେଇଛନ୍ତି, ସେମାନେ ୨ୟ ଡୋଜ ସରକାରୀ ହସ୍ପିଟାଲରେ ମାଗଣାରେ ନେଇ ପାରିବେ, ଟିକାର ପ୍ରଥମ ଡୋଜ ନେଇକି ଯଦି କାହାର ପଜିଟିଭ ଆସେ, ତାହା ହେଲେ ସେହି ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହେବାର ୪ ସପ୍ତାହ ପରେ ୨ୟ ଡୋଜ ନେଇ ପାରିବେ |
The post ତୃତୀୟ ପର୍ଯ୍ୟାୟ ଟିକାକରଣରେ ଆପଣ ଏଭଳି ନେଇପାରିବେ ଟିକା, ଜାଣନ୍ତୁ ପୁରା ପ୍ରକ୍ରିୟା first appeared on Sambad.from ରାଜ୍ୟ | Sambad https://ift.tt/3aI0eqC
0 Comments