ଘରେ ରହି ଅନ୍‌ଲାଇନ୍‌ କ୍ଲାସ ନେବେ ଦୃଷ୍ଟିବାଧିତ ଅଧ୍ୟାପକ

ଭୁବନେଶ୍ବର : କରୋନା ସଂକ୍ରମଣକୁ ନଜରରେ ରଖି ଦୃଷ୍ଟିବାଧିତ ଅଧ୍ୟାପକଙ୍କ କ୍ଷେତ୍ରରେ ଉଚ୍ଚଶିକ୍ଷା ବିଭାଗ କୋହଳ ମନୋବୃତ୍ତି ପୋଷଣ କରିଛି। ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ ଓ କଲେଜରେ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ଶିକ୍ଷା ଦେଉଥିବା ଉକ୍ତ ବର୍ଗର ଅଧ୍ୟାପକ ଘରେ ରହି ପିଲାଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷା ଦେଇପାରିବେ। ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ସେମାନେ ଅନ୍‌ଲାଇନ୍‌ କ୍ଲାସ ନେଇପାରିବେ। ଯଦି କୌଣସି କାର୍ଯ୍ୟରେ ଯୋଗଦେବା ଲାଗି କ୍ୟାମ୍ପସକୁ ଆସିବାକୁ ଶିକ୍ଷାନୁଷ୍ଠାନ ମୁଖ୍ୟ ନିର୍ଦେଶ ଦିଅନ୍ତି ତେବେ ଯାଇ ସେମାନେ ଆସିବେ। ଏନେଇ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଆଜି ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ ଡିଗ୍ରି କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି।

The post ଘରେ ରହି ଅନ୍‌ଲାଇନ୍‌ କ୍ଲାସ ନେବେ ଦୃଷ୍ଟିବାଧିତ ଅଧ୍ୟାପକ first appeared on Sambad.

from ରାଜ୍ୟ | Sambad https://ift.tt/3aK7YIG

Post a Comment

0 Comments