କଟକଣା ଯୋଗୁଁ ପରିବା ବିକ୍ରି କରିନପାରି ରାସ୍ତାରେ ଢ଼ାଳି ପରିବା ବିକାଳୀଙ୍କ ପ୍ରତିବାଦ

ଝାରସୁଗୁଡ଼ା : କଟକଣା ଯୋଗୁଁ ପରିବା ବିକ୍ରି କରିନପାରି ରାସ୍ତାରେ ଢ଼ାଳି  ପରିବା ବିକାଳୀ ପ୍ରତିବାଦ। ଝାରସୁଗୁଡ଼ା ସହରରେ ଥିବା ଏକ ମାତ୍ର ବଜାରକୁ ପ୍ରଶାସନ ପକ୍ଷରୁ କରୋନା କଟକଣା ଯୋଗୁଁ ବନ୍ଦ କରିଦିଆଯାଇଛି। ଫଳରେ ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଏବଂ ପରିବା ବ୍ୟବସାୟମାନେ ପରିବା ବିକ୍ରି କରି ନ ପାରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ସାପ୍ତାହିକ ହାଟ ଓ ଦୈନିକ ହାଟ ବନ୍ଦ କରିଦିଆଯାଇ ସହରର ବିଭିନ୍ନ ସ୍ଥାନରେ ପରିବା ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ପରିବା ବିକାଳୀଙ୍କ ଅଭିଯୋଗ ହେଲା କେଉଁ ଜାଗାରେ ସେମାନେ ପରିବା ବିକ୍ରି କରିବେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇନାହିଁ। ଆଜି ମଙ୍ଗଳବାର ବଜାର ଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାଷୀ ଓ ବ୍ୟବସାୟୀ ପରିବା ଧରି ପହଞ୍ଚିବା ପରେ ଏଠାରେ ବିକ୍ରି କରିବା ପାଇଁ ପୁଲିସ ପକ୍ଷରୁ ବାରଣ କରାଯାଇଥିଲା। ଯାହାଫଳରେ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ରାସ୍ତା ଉପରେ ପନିପରିବା ଢାଳି ପ୍ରତିବାଦ କରିଥିଲେ।

The post କଟକଣା ଯୋଗୁଁ ପରିବା ବିକ୍ରି କରିନପାରି ରାସ୍ତାରେ ଢ଼ାଳି ପରିବା ବିକାଳୀଙ୍କ ପ୍ରତିବାଦ first appeared on Sambad.

from ରାଜ୍ୟ | Sambad https://ift.tt/3upAFlD

Post a Comment

0 Comments