ଆଜିଠାରୁ ଶ୍ରୀମନ୍ଦିରରେ ଦର୍ଶନ କଟକଣା : ପ୍ରତି ରବିବାର ଦର୍ଶନ ବନ୍ଦ

ପୁରୀ : କରୋନାର ଲେଉଟାଣି ପରେ ପୁଣିଥରେ ଶ୍ରୀମନ୍ଦିରରେ ଦର୍ଶନ କଟକଣା ଲଗାଯାଇଛି। ଆସନ୍ତାକାଲିଠାରୁ ପ୍ରତି ରବିବାର ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥି ପାଇଁ ଆଜିଠାରୁ ନୂଆ ଏସ୍‌ଓପି ଜାରି ହୋଇଛି। ପ୍ରତି ରବିବାର ଦର୍ଶନ ବନ୍ଦ ରଖି ମନ୍ଦିର ପ୍ରଶାସନ ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ବିଶୋଧନ କରିବ। ରବିବାର ବାଦ୍‌ ଅନ୍ୟ ଦୁଇଦିନ ଦର୍ଶନ ପରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିର ବିଶୋଧନ କରିବାକୁ ନିଷ୍ପତ୍ତି ମଧ୍ୟ ହୋଇଛି। ଆଗକୁ ନିୟମ ଆହୁରି କଡ଼ାକଡ଼ି କରିବା ସହ ବାହାର ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଇବାକୁ ଯୋଜନା ହୋଇଛି।

ଶ୍ରୀମନ୍ଦିର ଦର୍ଶନ ଉପରେ ଆଜି ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ରାଜସ୍ବ ପ୍ରଶାସନ ସୁବ୍ରତ ବେହେରାଙ୍କ ସମେତ ମନ୍ଦିର ସହ ସଂପୃକ୍ତ ବ୍ୟକ୍ତି ବିଶେଷ (ଷ୍ଟେକ୍‌ହୋଲ୍‌ଡରସ୍‌) ବୈଠକରେ ଉପସ୍ଥିତ ଥିଲେ। ପୂର୍ବ ଏସ୍‌ଓପି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଥିଲା। ଏସ୍‌ଓପି ଅନୁଯାୟୀ, ରବିବାର ଦିନ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଲେ ବି ଦୈନିକ ନୀତିକାନ୍ତି ଅନୁଷ୍ଠିତ ହେବ। ପରଦିନ ଅର୍ଥାତ୍‌ ସୋମବାର ସକାଳ ୬ଟାରୁ ପୁନର୍ବାର ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ମାସ୍କ୍‌, ସାନିଟାଇଜ୍‌ ବ୍ୟବସ୍ଥା କଡ଼ାକଡ଼ି ପାଳନ ହେବ। ଦର୍ଶନ ପୂର୍ବରୁ ଭକ୍ତ ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବାହାର ରାଜ୍ୟର ଭକ୍ତଙ୍କ ପାଇଁ ରାଜ୍ୟ ସରକାର ଯେଉଁ ନିୟମ ଜାରି କରିଛନ୍ତି, ତାକୁ କଡ଼ାକଡ଼ି ଅନୁପାଳନ କରାଯିବ।

The post ଆଜିଠାରୁ ଶ୍ରୀମନ୍ଦିରରେ ଦର୍ଶନ କଟକଣା : ପ୍ରତି ରବିବାର ଦର୍ଶନ ବନ୍ଦ first appeared on Sambad.

from ରାଜ୍ୟ | Sambad https://ift.tt/3fEkSeF

Post a Comment

0 Comments