ଚେକିଂ ପାଇଁ ୨୭ ଜିଲ୍ଲାପାଳଙ୍କୁ ୟୁଜର୍‌ ଆଇଡି ଓ ପାସୱାର୍ଡ଼ ପ୍ରଦାନ

ଭୁବନେଶ୍ବର : ରାଜ୍ୟରେ କ୍ରମ ବର୍ଦ୍ଧିଷ୍ଣୁ କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସୀମାନ୍ତ ଜିଲ୍ଲାଗୁଡ଼ିକରେ ପଡୋଶୀ ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। କୋଭିଡ୍‌ ନେଗେଟିଭ ପ୍ରମାଣ ପତ୍ର ଦେଖାଇବା ସେମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ବାହାରୁ ଆସୁଥିବା ପ୍ରବାସୀ ଶ୍ରମିକ ଓ ବ୍ୟକ୍ତିମାନଙ୍କର ଗୋଟିଏ ଡାଟା ବେସ୍‌ ପ୍ରସ୍ତୁତ କରିଛି। ଏହି ଡାଟାବେସ୍‌କୁ ୨୭ଟି ଜିଲ୍ଲାର ଜିଲ୍ଲାପାଳମାନେ ବ୍ୟବହାର କରି ପ୍ରବାସୀଙ୍କୁ ରାଜ୍ୟ ଭିତରେ ପ୍ରବେଶ କରାଇବା କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନେଇପାରିବେ। ଏ ନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ୟୁଜର ଆଇଡି ଓ ପାସଓ୍ବାର୍ଡ଼ ପ୍ରଦାନ କରିଛନ୍ତି।

ଚିଠିରେ ଶ୍ରୀ ପାଢ଼ୀ ଉଲ୍ଲେ୍ତି କି ସୀମାନ୍ତ ଜିଲ୍ଲାମାନଙ୍କରେ ଥିବା ବର୍ଡ଼ର୍‌ ଚେକିଂ ପଏଣ୍ଟ୍‌ (ବିସିପି)ଗୁଡ଼ିକରେ ଏହି ଡାଟାବେସ୍‌ ବ୍ୟବହାର କରି କିଏ ଓଡ଼ିଶାର ଲୋକ ଓ କିଏ ବାହାର ବ୍ୟକ୍ତି ସହଜରେ ଚିହ୍ନଟ କରିହେବ। ୟୁଜର୍‌ ଆଇଡି ଓ ପାସଓ୍ବାର୍ଡ଼ ପାଇଥିବା ଜିଲ୍ଲାପାଳମାନେ ହେଲେ ଅନୁଗୁଳ, ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, ନୟାଗଡ଼, କନ୍ଧମାଳ, ପୁରୀ ଓ ରାୟଗଡ଼ା।

The post ଚେକିଂ ପାଇଁ ୨୭ ଜିଲ୍ଲାପାଳଙ୍କୁ ୟୁଜର୍‌ ଆଇଡି ଓ ପାସୱାର୍ଡ଼ ପ୍ରଦାନ first appeared on Sambad.

from ରାଜ୍ୟ | Sambad https://ift.tt/3gKt6T8

Post a Comment

0 Comments