ଭିଜିଲାନ୍ସ ହାତରେ ବାରଙ୍ଗ ତହସିଲଦାର

ବାରଙ୍ଗ: ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରାଯାଇଛି। ଏହି ଟଙ୍କା ସେ କେଉଁଠୁ ଆଣିଥିଲେ, ସେ ସଂପର୍କରେ ଭିଜିଲାନ୍ସ ଅଧିକାରୀ ପଚାରି ଥିଲେ ବି ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଫଳରେ ଭିଜିଲାନ୍ସ ପକ୍ଷରୁ ଟଙ୍କା ଜବତ କରାଯିବା ସହିତ ଏ ସଂପର୍କରେ ଅଧିକ ତଦନ୍ତ ଜାରି ରହିଛି।
ସୂଚନା ଅନୁଯାୟୀ ଓଏଏସ୍ ଅଧିକାରୀ ଶ୍ରୀ ନାୟକ ଆଜି ଦିନ ପ୍ରାୟ ସାଢେ ୩ଟା ବେଳେ ଜଗତସିଂହପୁର ଜିଲ୍ଲାରେ ନିଜ ଘରକୁ ଯାଉଥିବା ବେଳେ ରଘୁନାଥପୁର ନିକଟରେ ଭିଜିଲାନସ ଅଧିକାରୀମାନେ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡ଼ିରୁ ଏହି ଟଙ୍କା ମିଳିଥିଲା। ବାଲିଘାଟରୁ ଏହି ଟଙ୍କା ତହସିଲଦାରଙ୍କୁ ଦିଆଯାଇଛି ବୋଲି ସୂଚନା ଆଧାରରେ ଭିଜିଲାନ୍ସ ଚଢଉ କରିଥିବା ବେଳେ ଟଙ୍କା ଜବତ କରିଥିଲା। ଅଧିକ ତଦନ୍ତରୁ ସବୁ କିଛି ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

The post ଭିଜିଲାନ୍ସ ହାତରେ ବାରଙ୍ଗ ତହସିଲଦାର first appeared on Sambad.

from ରାଜ୍ୟ | Sambad https://ift.tt/3fN2mRj

Post a Comment

0 Comments