
କଟକ: ଅପରାଧ ସାମ୍ରାଜ୍ୟରେ ମହିଳାଙ୍କ କାରନାମାକୁ ନେଇ ଏବେ ଚର୍ଚ୍ଚା। କେଉଁଠି ଗ୍ୟାଙ୍ଗଷ୍ଟରଙ୍କ ମା’, ଭଉଣୀ, ପତ୍ନୀ ତ କେଉଁଠି ଗ୍ୟାଙ୍ଗଷ୍ଟରଙ୍କ ପ୍ରେମିକା ସାଜୁଛନ୍ତି ଗ୍ୟାଙ୍ଗର ମୁଖ୍ୟ କାର୍ପଟଦାର। ଧଳସାମନ୍ତ, ଟିଟୋ, ହାଇଦର୍ଠାରୁ ଆରମ୍ଭ କରି ତପୁ, ସକିଲ୍ ଯାଏ ଗ୍ୟାଙ୍ଗଷ୍ଟର୍ଙ୍କ ଏଭଳି କାହାଣୀ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଜେଲ୍ ଭିତରେ ଥାଇ ଏହି ଦୁର୍ଦ୍ଦାନ୍ତ ଅପରାଧୀମାନେ ଜେଲ୍ ବାହାରେ ମହିଳା ସଦସ୍ୟଙ୍କ ମାଧ୍ୟମରେ ଦାଦା ବଟି ଆଦାୟ, ବନ୍ଧୁକ କାରବାର, ସ˚ଗଠିତ ଅପରାଧ ପାଇଁ ଷଡ଼୍ଯନ୍ତ୍ର କରିବାର ନୂଆ କୌଶଳ ବ୍ୟବହାର କରୁଛନ୍ତି।
୨୦୧୬ରେ ସୁଶାନ୍ତ ଓ ସୁଶିଲ ଧଳସାମନ୍ତ କମିସନରେଟ୍ ପୁଲିସ ହାତରେ ଗିରଫ ପରେ ଜଣେ ଗାର୍ଲଫ୍ରେଣ୍ତଙ୍କ ନାଁ ସାମ୍ନାକୁ ଆସିଥିଲା। ଧଳସାମନ୍ତଙ୍କ ଇ˚ଗିତରେ ସମ୍ପୃକ୍ତ ଯୁବତୀ ବନ୍ଧୁକ କାରବାରରେ ସାମିଲ ଥିବା କୁହାଯାଏ। ଟିଟୋର ଅନେକ ଅପରାଧ କାରବାରରେ ତା’ର ପତ୍ନୀ ବେନଜିର୍ ବିବି ସମ୍ପୃକ୍ତ ଥିବା ସନ୍ଦେହରେ ତାକୁ ସ୍କାନର୍ରେ ରଖାଯାଇଥିଲା। କନ୍ଦରପୁର ଥାନା ନିମେଇସାପୁରର ଦୁର୍ଦ୍ଦାନ୍ତ ଅପରାଧୀ ତପୁ ଓରଫ ପ୍ରଶାନ୍ତ କୁମାର ଦାସର ଅପରାଧ ଦୁନିଆରେ ବି ତା ସ୍ତ୍ରୀ ସରୋଜିନୀର ସମ୍ପୃକ୍ତି ସାମ୍ନାକୁ ଆସିଛି।
ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣାନଗରର ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଓରଫ ଅଜୟ ସାହୁର ଭଉଣୀ ଅନୁ ଓରଫ ଲକ୍ଷ୍ମୀପ୍ରିୟା ମହଲା, ମା’ ମାଳତୀ ଓରଫ କାଞ୍ଚନ ସାହୁ ଏବ˚ ଗାର୍ଲଫ୍ରେଣ୍ତ୍ ଜିନା ଓରଫ ସୁନିତା ସି˚ହକୁ ଆପରାଧିକ ସଂପୃକ୍ତି ପାଇଁ ଗିରଫ କରାଯାଇଥିଲା। ଗ୍ୟାଙ୍ଗଷ୍ଟର୍ ସକିଲ ଚୌଦ୍ବାର ସର୍କଲ ଜେଲ୍ରେ ଥିବା ସମୟରେ ବକ୍ସିବଜାର ଆନନ୍ଦ ସ୍ପୋର୍ଟସ୍ ମାଲିକ ଯୋଗେଶ ଅଗ୍ରଵାଲଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲା। ଏହି ମାମଲାରେ ଅନ୍ୟମାନଙ୍କ ସହ ତା’ର ପ୍ରେମିକା କୁହାଯାଉଥିବା କେଶରପୁରର ଡେଜି ଓରଫ ନସରିନ୍ ଖାଁ ଓ ରେସମି ଓରଫ ନିକତ୍ ନସିମ୍କୁ ଗିରଫ କରାଯାଇଥିଲା। ଏହି ଦୁଇ ଜଣ ଯୁବତୀଙ୍କ ବାଦ୍ କେଶରପୁର ଅଞ୍ଚଳରେ ରହୁଥିବା ଜଣେ ସରକାରୀ ଚାକିରି କରିଥିବା ଯୁବତୀଙ୍କ ସହିତ ସକିଲର ବାହାଘର ଯୋଜନା ବି ହୋଇଥିଲା। କିନ୍ତୁ ସକିଲ୍ର ପରିବାର ସଦସ୍ୟଙ୍କୁ ପୁଲିସ ଗିରଫ କରିବା ପରେ ବାହାଘର ଭାଙ୍ଗିଯାଇଥିଲା। ସକିଲ୍ର ଏହି ତିନ ଜଣ ଗାର୍ଲଫ୍ରେଣ୍ତ ଜେଲ୍ ବାହାରେ ଦାଦାବଟି ଆଦାୟ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଥିଲେ।
୨୦୨୦ ଜାନୁଆରି ୬ ତାରିଖରେ ଜଗତପୁର ଆଇବି ରୋଡ୍ ଅଞ୍ଚଳରେ ମଦ ଦୋକାନ କର୍ମଚାରୀଙ୍କୁ ଆକ୍ରମଣ ଓ ୫ ଲକ୍ଷ ଟଙ୍କା ଛଡ଼ାଇବା ମାମଲାରେ ଜଗତପୁର ଥାନା ପୁଲିସ ଧଳସାମନ୍ତର ସାର୍ପସୁଟର୍ କୁହାଯାଉଥିବା ଦୁର୍ଦ୍ଦାନ୍ତ ଅପରାଧୀ ଆରିଫ୍ର ମା’ ଜୋହର ବିବିକୁ ଗିରଫ କରିଥିଲା। ସେଲଟର୍ ଛକରେ ଏକ ସୋରୁମ୍ ବ୍ୟବସାୟୀଙ୍କୁ ଆରିଫ୍ର ଭଉଣୀ ଓ ବାପା ୫ ଲକ୍ଷ ଟଙ୍କା ବଟି ମାଗିବାରୁ ପୁଲିସ ଏହି ମାମଲାରେ ଉଭୟଙ୍କୁ ଉଠାଇ ନେଇଥିଲା।
ଚାଉଳିଆଗଞ୍ଜର ଦୁର୍ଦ୍ଦାନ୍ତ ଅପରାଧୀ ଅଖନା ଓରଫ ଅକ୍ଷୟ କୁମାର ସାହୁକୁ ପୁଲିସ ୨୦୨୦ ଫେବ୍ରୁଆରି ୨୦ ତାରିଖରେ ଆନ୍ଧ୍ରପ୍ରଦେଶରୁ ଗିରଫ କରିବା ପରେ ତା’ ଗାର୍ଲଫ୍ରେଣ୍ତ ଲିଙ୍କ୍ ସାମନାକୁ ଆସିଥିଲା। ପୁଲିସ ସମ୍ପୃକ୍ତ ଯୁବତୀଙ୍କ ମୋବାଇଲ୍ ନମ୍ବର ଟ୍ରାକ୍ କରି ଅଖନା ନିକଟରେ ପହଞ୍ଚିଥିଲା। ଏବେ ଗ୍ୟାଙ୍ଗଷ୍ଟର୍ ହାଇଦର୍ର ସହିତ ତିନି ଜଣ ଯୁବତୀ ବାଲେଶ୍ବରର ଅର୍ଚ୍ଚନା ପରିଡ଼ା, ମାହାଙ୍ଗାର ବନିତା ରାଉତ ଓ କେନ୍ଦ୍ରାପଡ଼ାର ସୋନାଲି ସ୍ବାଇଁଙ୍କ ସମ୍ପୃକ୍ତି ସାମନାକୁ ଆସିଛି। ବନିତାଙ୍କ ମୋବାଇଲ୍ରୁ ହାଇଦର୍ ସୋନାଲିଙ୍କୁ ଫୋନ୍ କରି କେନ୍ଦ୍ରାପଡ଼ାର ଜଣେ ବ୍ୟବସାୟୀ ଶରତ ନାୟକଙ୍କୁ ୫ ଲକ୍ଷ ଟଙ୍କା ବଟି ମାଗିଥିବା ଘଟଣା ଏବେ ଚର୍ଚ୍ଚାରେ ରହିଛି। ଆଲବମ୍ ଅଭିନେତ୍ରୀ ଅର୍ଚ୍ଚନାର ଭୂମିକାକୁ ନେଇ ଏବେ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସୁଛି।
The post ଟିଟୋ, ହାଇଦର୍, ତପୁ ଓ ସକିଲ୍ଙ୍କ କାହାଣୀ: ଗ୍ୟାଙ୍ଗଷ୍ଟର୍ଙ୍କ ଅପରାଧରେ ମା’, ଭଉଣୀ, ସ୍ତ୍ରୀ, ପ୍ରେମିକା first appeared on Sambad.from ରାଜ୍ୟ | Sambad https://ift.tt/3eifwn8
0 Comments