ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିଲେ ସରକାର ପ୍ରସ୍ତୁତ: ଶ୍ରମ ମନ୍ତ୍ରୀ

ଭୁବନେଶ୍ବର : ପଡ଼ୋଶୀ ରାଜ୍ୟରୁ ପ୍ରବାସୀ ଓଡ଼ିଆ ଫେରିଲେ ସେମାନଙ୍କୁ ହୋମ ଆଇସୋଲେସନ୍‌ରେ ରଖାଯାଉଛି। ସୀମାରେ ଚେକିଂକୁ କଡ଼ାକଡ଼ା କରାଯାଇଛି। ଆଜି ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ଯେଉଁ ପ୍ରବାସୀ ଶ୍ରମିକମାନଙ୍କ ନେଗେଟିଭ ରିପୋର୍ଟ ଆସୁଛି ସେମାନଙ୍କୁ କେବଳ ରାଜ୍ୟ ଭିତରକୁ ଆସିବା ପାଇଁ ଅନୁମତି ଦିଆଯାଉଛି। ଯେଉଁମାନେ ରିପୋର୍ଟ ନେଇ ଆସୁନାହାନ୍ତି ସେମାନଙ୍କୁ ଏକାନ୍ତବାସରେ ରହିବାକୁ ବ୍ୟବସ୍ଥା କରାଯାଇଛି।

କରୋନା ମହାମାରୀ ପାଇଁ ଗତଥର ଲୋକେ ଯେତିକି ଭୟ କରୁଥିଲେ ସେପରି ଭୟ ଆଉ ଲୋକଙ୍କ ଭିତରେ ନାହିଁ। ଛତିଶଗଡ଼ରୁ କିଛି ଲୋକ ଚାଲିଆସିବାରୁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି। ସରକାର ଏଥିପାଇଁ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ପ୍ରବାସୀ ଶ୍ରମିକ ଫେରିବା ପରେ ସେମାନଙ୍କୁ ପରୀକ୍ଷା କରାଯାଉଛି। ଆଗକୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ଗୋଟିଏ ସ୍ବତନ୍ତ୍ର ଗାଇଡଲାଇନ୍‌ କରାଯିବ। ଅସ୍ଥାୟୀ ମେଡିକାଲ କେନ୍ଦ୍ର ବା ଟିଏମ୍‌ସି ପ୍ରସ୍ତୁତ କରି ରଖିବା ପାଇଁ ଏବେଠାରୁ ନିର୍ଦ୍ଦେଶ ଦିଆଗଲାଣି। କିଛି ରାଜ୍ୟରେ ସଂକ୍ରମଣ ଅଧିକ ମାତ୍ରାରେ ବଢ଼ିଛି। ସମ୍ପୃକ୍ତ ରାଜ୍ୟରୁ କିଛି ଲୋକ ଆସୁଥିଲେ ବି ସରକାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଶ୍ରୀ ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

The post ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିଲେ ସରକାର ପ୍ରସ୍ତୁତ: ଶ୍ରମ ମନ୍ତ୍ରୀ first appeared on Sambad.

from ରାଜ୍ୟ | Sambad https://ift.tt/3mJ2bYL

Post a Comment

0 Comments