ଆଜିଠୁ ରେଳଯାତ୍ରୀଙ୍କ ଉପରେ କଟକଣା

ଭୁବନେଶ୍ବର : ଦେଶର ଯେକୌଣସି ସ୍ଥାନରୁ ଓଡ଼ିଶା ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟି-ପିସିଆର୍‌ ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ୍‌ ଟିକାର ଦ୍ଵିତୀୟ ଡୋଜ୍‌ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଏପ୍ରିଲ ୧୦ରୁ ଯାତ୍ରା ଆରମ୍ଭ କରୁଥିବେ, ସେମାନେ ଯାତ୍ରା କରିବା ପୂର୍ବରୁ ସର୍ବାଧିକ ୭୨ଘଣ୍ଟା ମଧ୍ୟରେ ହୋଇଥିବା ଟେଷ୍ଟ ରିପୋର୍ଟ କିମ୍ବା ଦ୍ଵିତୀୟ ଡୋଜ୍ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ। ବୈଧ ପ୍ରମାଣପତ୍ର ନଥିବା ଲୋକଙ୍କୁ ସାତଦିନ ବାଧ୍ୟତାମୂଳକ ଘର/ଅନୁଷ୍ଠାନିକ ସଂଗରୋଧରେ ରହିବାକୁ ପଡ଼ିବ। ଓଡ଼ିଶାର କେତେକ ସ୍ଥାନରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏହା ଉପରେ ରୋକ୍‌ ଲଗାଇବା ପାଇଁ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଲାଗିଛି। ବିଶେଷକରି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରତିକୂଳ ପ୍ରଭାବକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ରେଳ ବୋର୍ଡ ପକ୍ଷରୁ ଯାତ୍ରୀଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଓଡ଼ିଶା ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା‌ରେ କୌଣସି କଟକଣା ଲାଗୁ ହେବ ନାହିଁ ବୋଲି କୁହାଯାଇଛି।

The post ଆଜିଠୁ ରେଳଯାତ୍ରୀଙ୍କ ଉପରେ କଟକଣା first appeared on Sambad.

from ରାଜ୍ୟ | Sambad https://ift.tt/3dKRsJi

Post a Comment

0 Comments