ମୋଦୀଙ୍କ ନେତୃତ୍ୱରେ ପୂର୍ବ ଭାରତ ପାଇଁ ସୁବର୍ଣ୍ଣ ଯୁଗ ଉପନୀତ : ଧର୍ମେନ୍ଦ୍ର

ଭୁବନେଶ୍ବର : ମୋଦୀ ସରକାରଙ୍କ ମନ୍ତ୍ର ‘ରିଫର୍ମ, ପର୍ଫମ ଏବଂ ଟ୍ରାନ୍ସଫର୍ମ’ ଅର୍ଥାତ୍ ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ ଦେଶର ଅର୍ଥନୀତିକୁ ପୁନର୍ଜୀବିତ କରିଛି। ନାଗରିକଙ୍କୁ ସଶକ୍ତ କରିବା ସହ ସମସ୍ୟାର ସମାଧାନ ପାଇଁ ଆମର କ୍ଷମତାକୁ ଶକ୍ତି ଯୋଗାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଶ୍ଚିମବଙ୍ଗରେ ତୈଳ, ଗ୍ୟାସ, ସିମେଣ୍ଟ, ପେପର, ଇଞ୍ଜିନିୟରିଂ ଏବଂ ରିଟେଲ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ଭାରତ ଚାମ୍ବର ଅଫ୍ କମର୍ସର ସଦସ୍ୟ ଏବଂ ଶିଳ୍ପଦ୍ୟୋଗୀଙ୍କ ସହ ଆଲୋଚନା କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତରେ ଆସିଥିବା ବିଶାଳ ପରିବର୍ତନ ତଥା ଏଥି ପାଇଁ ହେଉଥିବା କାର୍ଯ୍ୟଗୁଡ଼ିକ ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରଥିଲେ। ପୂର୍ବ ଭାରତର ବିକାଶ ସମ୍ପର୍କରେ ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ପୂର୍ବ ଭାରତ ପାଇଁ ସୁବର୍ଣ୍ଣ ଯୁଗ ଉପନୀତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ କଳ୍ପନା’ ପୂର୍ବ ଭାରତର ସନ୍ତୁଳିତ ବିକାଶ ପାଇଁ ଉଜ୍ଜଳ ଆଲୋକ ଦେଖାଇଛି । ଧନ ସୃଷ୍ଟିକର୍ତାଙ୍କ ପାଇଁ ଥିବା ପ୍ରତିବନ୍ଧକକୁ ହଟାଇବା ଏବଂ ମଜବୁତ୍ ବଙ୍ଗଳା ଏବଂ ପୂର୍ବ ଭାରତ ପାଇଁ ଉଦ୍ୟୋଗୀ କ୍ଷମତା ବଢ଼ାଇବା ନିମନ୍ତେ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।

The post ମୋଦୀଙ୍କ ନେତୃତ୍ୱରେ ପୂର୍ବ ଭାରତ ପାଇଁ ସୁବର୍ଣ୍ଣ ଯୁଗ ଉପନୀତ : ଧର୍ମେନ୍ଦ୍ର first appeared on Sambad.

from ରାଜ୍ୟ | Sambad https://ift.tt/3v03ENa

Post a Comment

0 Comments