ଜେଲ୍‌ ଭିତରେ କଏଦୀଙ୍କ ‌ସୌଖିନ ଜୀବନ, ଜୟପୁର ଉପକାରାଗାରେ ଏସ୍‌ପିଙ୍କ ଚଢ଼ଉ

ଜୟପୁର : ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଡମ୍ବଲସ୍। ନିୟମିତ ପିଉଥିଲେ ପ୍ରୋଟିନ୍ ପାଉଡର। ମୋବାଇଲରେ ଗ୍ୟାଙ୍ଗ୍ ସଦସ୍ୟଙ୍କ ସହ ନିୟମିତ ଯୋଗାଯୋଗ କରୁଥିଲେ। ଏପରିକି ଜେଲ୍ ଭିତରେ ଥାଇ ଗ୍ୟାଙ୍ଗ୍‌କୁ ଚଳାଉଥିଲେ। ଭୋଜିଭାତର ଆସର ମଧ୍ୟ ଜମୁଥିଲା। ଜୟପୁର ଉପକାରାଗାରେ ଏମିତି ବିଳାସପୂର୍ଣ୍ଣ ତଥା ସୌଖିନ ଜୀବନ ବିତାଉଥିଲେ ବିଚାରଧୀନ କଏଦୀ। ଆଜି କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟପାଲ୍ଲୀଙ୍କ ଅତର୍କିତ ଚଢ଼ଉ ପରେ ଜେଲ୍ ଭିତର ଏମିତି କଳା କରାନାମା ସାମ୍ନାକୁ ଆସିଛି।

ଗଞ୍ଜେଇ ମାମଲାରେ ଗିରଫ ଜଣେ ବିଚାରାଧୀନ କଏଦୀ ନିକଟରୁ ମିଳିଥିଲା ଦାମୀ ମୋବାଇଲ୍ ଫୋନ୍। ଏଥିସହ ୧୬ଜିବି ପେନ୍‌ଡ୍ରାଇଭ୍‌କୁ ମଧ୍ୟ ପୁଲିସ ଜବତ କରିଥିଲା। ଗୋଟିଏ ସ୍ଥାନରୁ ୩ ସେଟ୍ ଡମ୍ବଲସ୍, ୩ଟି ଲୁହା ରଡ୍ ସହିତ ବହୁ ପରିମାଣର ପ୍ରୋଟିନ୍ ପାଉଡର ମିଳିଥିଲା। ଏଥିସହ ବିଚାରଧୀନ କଏଦୀଙ୍କ ନିକଟରୁ ନଗଦ ୧୮ ହଜାର ୨୦୬ ଟଙ୍କା ଜବତ କରାଯାଇଛି। ସେତିକି ନୁହେଁ, ବହୁ ପରିମାଣରେ ମାଦକଦ୍ରବ୍ୟ ପ୍ୟାକେଟ୍‌ ମିଳିଥିଲା। ରୋ‌ଷେଇ ପାଇଁ ୨ଟି ପ୍ରେସର କୁକର, ଗ୍ରୀନ-ଟି ପ୍ୟାକେଟ୍ ଓ ଚୁଟି କାଟିବା ପାଇଁ ଟ୍ରିମର ମଧ୍ୟ ମିଳିଥିବା ଜଣାପଡ଼ିଛି। ପ୍ରାୟ ଦୁଇ ଘଟଣାର ଅପରେସନରେ ପୁଳା ପୁଳା ହୋଇ ସାମଗ୍ରୀ ବାହାରିଥିଲା।

The post ଜେଲ୍‌ ଭିତରେ କଏଦୀଙ୍କ ‌ସୌଖିନ ଜୀବନ, ଜୟପୁର ଉପକାରାଗାରେ ଏସ୍‌ପିଙ୍କ ଚଢ଼ଉ first appeared on Sambad.

from ରାଜ୍ୟ | Sambad https://ift.tt/3sDpuEV

Post a Comment

0 Comments