ବିଧବାଙ୍କୁ ଗଣଦୁଷ୍କର୍ମ କରି ଫିଙ୍ଗିଦେଲେ, ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି

ବାଲେଶ୍ବର/ଚାନ୍ଦିପୁର : ବାଲେଶ୍ବରରେ ଜଣେ ବିଧବାଙ୍କୁ ୪ ପିଶାଚ ରାତିସାରା ଦୁଷ୍କର୍ମ କଲେ, ଆଉ ଶେଷରେ ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଚାଲିଗଲେ। ଆଜି ସକାଳେ ବଳରାମଗଡ଼ି ମେରାଇନ୍‌ ଥାନା ନାଉପାଳଗଡ଼ି ଅଞ୍ଚଳରେ ଏହି ମହିଳାଙ୍କୁ ସ୍ଥାନୀୟ ଲୋକେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ପୀଡ଼ିତାଙ୍କ ଘର ମୟୂରଭଞ୍ଜ ଅଞ୍ଚଳରେ। ସ୍ବାମୀଙ୍କର ମୃତ୍ୟୁ ପରେ ପେଟ ପୋଷିବାକୁ ୩ ମାସ ତଳେ ସେ ଘର ଛାଡ଼ି ଚାନ୍ଦିପୁର ନିକଟ ନାଉପାଳଗଡ଼ିଠାରେ ଥିବା ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ। ସେଥିରୁ ଯାହା ‌‌ରୋଜଗାର ହେଉଥିଲା, ସେଥିରେ ତାଙ୍କର ୭ ପିଲା ଏବଂ ସେ ଚଳୁଥିଲେ। ଗୁରୁବାର କାମ ସାରି ଭଡ଼ାଘରକୁ ଫେରିଥିଲେ ଉକ୍ତ ମହିଳା। ଘରେ ପହଞ୍ଚିବାର କିଛି ସମୟ ମଧ୍ୟରେ ୪ ଜଣ ପିଛା କରି ରାତି ପାଖାପାଖି ୯ଟାରେ ପହଞ୍ଚିଥିଲେ। ଭାଉଜ ଭାଉଜ କହି ଡାକିଥିଲେ। କିଏ କହୁଛ ବୋଲି ପଚାରିବାରୁ ‘ମୁଁ ପଣ୍ଡା କହୁଛି, କାମ ଅଛି, କବାଟ ଖୋଲ ବୋଲି କହିଥିଲେ। ବିଶ୍ବାସରେ ମହିଳାଜଣଙ୍କ କବାଟ ଖୋଲିବା ମାତ୍ରେ ପଣ୍ଡା ଓ ତାର ୩ ସହଯୋଗୀ ଘର ଭିତରେ ପଶିଯାଇଥ‌ିଲେ। ଅଭିଯୁକ୍ତମାନେ ତାଙ୍କୁ ଧମକଚମକ ଦେଇ ଜବରଦସ୍ତ ନିଶା ପିଆଇବା ପରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ। ରାତିସାରା ଗଣଦୁଷ୍କର୍ମର ଶିକାର ହେବା ପରେ ମହିଳାଙ୍କ ଅବସ୍ଥା ସଙ୍ଗିନ ହୋଇ ଯାଇଥିଲା। ପାହାନ୍ତିଆ ସମୟରେ ତାଙ୍କୁ ଆଣି ଏକ ଚିଙ୍ଗୁଡ଼ି ଫାର୍ମ ପାଚେରି ପଛପଟ ପରିତ୍ୟକ୍ତ ସ୍ଥାନରେ ଫୋପାଡ଼ି ଦେଇଥିଲେ ଅଭିଯୁକ୍ତ। ମୁର୍ମୂଷୁ ଅବସ୍ଥାରେ ମହିଳାଙ୍କୁ ମେଡ଼ିକ‌ାଲରେ ଭର୍ତ୍ତି କରାଯାଇଥିବାବେଳେ ପୁଲିସ୍‌ ୪ ଜଣଙ୍କୁ ଅଟକ ରଖିଛି।

The post ବିଧବାଙ୍କୁ ଗଣଦୁଷ୍କର୍ମ କରି ଫିଙ୍ଗିଦେଲେ, ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି first appeared on Sambad.

from ରାଜ୍ୟ | Sambad https://ift.tt/3wGvrnz

Post a Comment

0 Comments