ବ୍ୟାଙ୍କ, ବୀମା ଧର୍ମଘଟକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନର ସମର୍ଥନ

ଭୁବନେଶ୍ବର : କେନ୍ଦ୍ର ବଜେଟ୍‌-୨୦୨୧ରେ ମୋଦୀ ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ଘୋଷଣା ବିରୋଧରେ ଦେଶର ସମସ୍ତ ବ୍ୟାଙ୍କ କର୍ମଚାରୀ ଓ ଅଫିସର୍‌ ଆସନ୍ତା ମାର୍ଚ୍ଚ ୧୫ ଓ ୧୬ ତାରିଖରେ ଦେଶବ୍ୟାପୀ ଧର୍ମଘଟର ଆହ୍ବାନ ଦେଇଛନ୍ତି। ସେହିପରି ସାଧାରଣ ବୀମାର ଘରୋଇକରଣ ବିରୋଧରେ ସାଧାରଣ ବୀମା‌ କର୍ମଚାରୀମାନେ ମାର୍ଚ୍ଚ ୧୭ରେ ଓ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ଅଂଶଧନ ବିକ୍ରି କରି ଘରୋଇକରଣ ଉଦ୍ୟମ ବିରୋଧରେ ଏଲ୍‌ଆଇସିରେ ମାର୍ଚ୍ଚ ୧୮ ତାରିଖ ଦିନ ଦେଶବ୍ୟାପୀ ଧର୍ମଘଟ ନିମନ୍ତେ କର୍ମଚାରୀ, ଅଫିସର ଓ ଏଜେଣ୍ଟମାନଙ୍କ ସଂଗଠନ ଆହ୍ବାନ ଦେଇଛନ୍ତି। ଏହି ଧର୍ମଘଟକୁ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌ଗୁଡ଼ିକ ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ ଦିଆଯାଇଛି।

ସରକାରଙ୍କ ଏହି ଜନବିରୋଧୀ ଓ ଦେଶବିରୋଧୀ କାର୍ଯ୍ୟକୁ ବିରୋଧ କରି ଆସନ୍ତା ୧୫ ତାରିଖରେ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳିତ ହେବ। ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ଧର୍ମଘଟକୁ ଶ୍ରମିକ ସଂଗଠନଗୁଡ଼ିକର ମିଳିତ ମଞ୍ଚ ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିଟିୟୁ ପକ୍ଷରୁ ରାମଚନ୍ଦ୍ର ଖୁଣ୍ଟିଆ, ରାମକୃଷ୍ଣ ପଣ୍ଡା, ବି ପି ଦାସ, ବିଷ୍ଣୁ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବେହେରା ଓ ମହେନ୍ଦ୍ର ପରିଡ଼ା ପ୍ରମୁଖ ସମର୍ଥନ ଜଣାଇଛନ୍ତି।

The post ବ୍ୟାଙ୍କ, ବୀମା ଧର୍ମଘଟକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନର ସମର୍ଥନ first appeared on Sambad.



from ରାଜ୍ୟ – Sambad https://ift.tt/38BbnbT

Post a Comment

0 Comments