ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ ପାଇଁ ଉଚ୍ଚସ୍ତରୀୟ ଟିମ୍ ଗଢ଼ାଯାଉ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ବର : ଶିମିଳିପାଳରେ ନିଆଁ ଲାଗିବା ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ବନାଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଓ ଦେଶର ଜଣାଶୁଣା ବିଶେଷଜ୍ଞଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ଟିମ୍‌ ଗଢ଼ିବାକୁ ‌େସ ଦାବି କରିବା ସହ ଘଟଣାର ତଦନ୍ତ କରାଇବାକୁ କହିଛନ୍ତି।

ଶ୍ରୀ ନାଏକ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ପ୍ରଶାସନ ନିଆଁକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହି ନିଆଁର ପରିବେଶ ଓ ଜଳବାୟୁ ଉପରେ ସାଂଘାତିକ ପ୍ରଭାବ ରହିଛି। କେବଳ ଶିମିଳିପାଳ ନୁହେଁ, ରାଜ୍ୟର ଅନ୍ୟ ଜଙ୍ଗଲଗୁଡ଼ିକରେ ମଧ୍ୟ ବନାଗ୍ନି ଏବେ ଚିନ୍ତାର କାରଣ ପାଲଟିଛି। ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଫେବ୍ରୁଆରି ୨୭ ପର ଠାରୁ ଓଡ଼ିଶାରେ ୧୨,୬୧୪ ବନାଗ୍ନି ସ୍ଥାନ ଚିହ୍ନଟ ହୋଇଛି, ଯାହା କି ଭାରତରେ ସର୍ବାଧିକ। କିନ୍ତୁ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇନାହାନ୍ତି। ରାଜ୍ୟ ସରକାରଙ୍କ ଏ ଦିଗରେ ଅତ୍ୟନ୍ତ ମନ୍ଥର ଗତିରେ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଏପରି ଆଭିମୁଖ୍ୟ ଯୋଗୁ ଜଙ୍ଗଲରେ କେବଳ ଗଛ ନୁହେଁ, ବରଂ ପଶୁପକ୍ଷୀ ଓ ଜଙ୍ଗଲରେ ଥିବା ଅଧିବାସୀଙ୍କ ଜୀବନ ମଧ୍ୟରେ ବିପଦରେ ରହିଛି। ତେଣୁ ପରିସ୍ଥିତିର ଗୁରୁତ୍ବକୁ ଉପଲବ୍ଧି କରି ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ‌ ସେ ଦାବି କରିଛନ୍ତି।

The post ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ ପାଇଁ ଉଚ୍ଚସ୍ତରୀୟ ଟିମ୍ ଗଢ଼ାଯାଉ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା first appeared on Sambad.



from ରାଜ୍ୟ – Sambad https://ift.tt/3cvD3js

Post a Comment

0 Comments