
ଭୁବନେଶ୍ବର: ଦୀର୍ଘ ବର୍ଷ ହେଲା ରାଜଧାନୀରେ ଇଏସ୍ଆଇ ସୁପର ସ୍ପେସାଲିଟି ହସ୍ପିଟାଲ ନିର୍ମାଣ ପାଇଁ ଆଲୋଚନା ହେଉଥିଲେ ହେଁ ହୋଇପାରୁନି। ତେଣୁ ତୁରନ୍ତ ଏହି ହସ୍ପିଟାଲ ନିର୍ମାଣ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଅନୁରୋଧ କରିଛନ୍ତି। ଏହି ହସ୍ପିଟାଲକୁ ଜଟଣୀ ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଅନ୍ଧାରୁଆ ଠାରେ ନିର୍ମାଣ କରିବା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ସାଂସଦ ଆଲୋଚନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଙ୍ଗୱାର ମଧ୍ୟ ସମସ୍ତ ସହଯୋଗ ଯୋଗାଇଦେବେ ବୋଲି କହିଥିବା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଟୁଇଟ୍ କରି ଜଣାଇଛନ୍ତି। ସାଂସଦ ଜଣାଇଛନ୍ତି ଯେ, ରାଜଧାନୀରେ ହସ୍ପିଟାଲ ନିର୍ମାଣ ନେଇ ପଦକ୍ଷେପ ନେବାକୁ ଇଏସ୍ଆଇସି କର୍ମଚାରୀ ସଂଘ, ଓଡ଼ିଶା ପକ୍ଷରୁ ତାଙ୍କୁ ପ୍ରସ୍ତାବ ଦିଆଯାଇଥିଲା।
The post କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା, ଅନ୍ଧାରୁଆରେ ଇଏସ୍ଆଇ ହସ୍ପିଟାଲ ପାଇଁ ଅନୁରୋଧକଲେ first appeared on Sambad.from ରାଜ୍ୟ | Sambad https://ift.tt/3rVBcep
0 Comments