ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଘର ସମେତ ୬ଟି ଜାଗାରେ ଭିଜିଲାନ୍ସ ଚଢାଉ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଥିବାର ଖବର ମିଳିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ଭିଜିଲାନ୍ସର ମିଳିତ ଚଢାଉ ଜାରି ରହିଛି।

ଭିଜିଲାନ୍ସ ବିଭାଗର ୬ଟି ଟିମ୍ ପାରଳାଖେମୁଣ୍ଡିସ୍ଥିତ ଜଗନ୍ନାଥ ବିହାରରେ ଥିବା କେ.ନାଗେଶ୍ବର ସେନାପତିଙ୍କ ବାସଭବନ, ବ୍ରହ୍ମପୁରସ୍ଥିତ ତାଙ୍କ ଶାଳକଙ୍କ ଘର, ଆସିକାସ୍ଥିତ ପୈତୃକ ବାସଭବନ, ରାୟଗଡ଼ ଅଫିସ ଓ ଛଅ ମାଇଲଠାରେ ପାର୍ଟନରସିପରେ ଚାଲିଥିବା ଇଟା ଫ୍ୟାକ୍ଟ୍ରି ଉପରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍।

The post ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଘର ସମେତ ୬ଟି ଜାଗାରେ ଭିଜିଲାନ୍ସ ଚଢାଉ first appeared on Sambad.



from ରାଜ୍ୟ – Sambad https://ift.tt/3q57BgD

Post a Comment

0 Comments